https://telanganatoday.com/
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲ୍ଲାରେ ଆଜି ୫ ଜଣ ମହିଳା ଏକ ଅଟୋରିକ୍ସାରେ ଜିଅନ୍ତା ଜଳିଯାଇଛନ୍ତି। ମହିଳାମାନେ ଯାଉଥିବା ଅଟୋଟି ଏକ ହାଇ ଭୋଲ୍ଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଦ୍ବାରା ଜଳି ଯାଇଥିଲା। ଫଳରେ ୫ ମହିଳାଙ୍କ ମୃତ୍ୟୁ ହୋଇଛି। ଅଟୋରେ ସମୁଦାୟ ୧୦ ଜଣ ମହିଳା ଥିଲେ। ଆଉ ୫ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ମୃତ ମହିଳାମାନେ ହେଉଛନ୍ତି କାନ୍ଥାମ୍ମା (୩୨), କୁମାରୀ (୩୬), ଲକ୍ଷ୍ମୀ (୩୦), ରାମୁଲମ୍ମା (୩୫) ଏବଂ ରତ୍ନମ୍ମା (୩୪)। ସମସ୍ତେ ସତ୍ୟସାଇ ଜିଲ୍ଲାର ତଦିମରି ଗ୍ରାମର। ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡି ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଉତ୍ତମ ଚିକିତ୍ସା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ଦକ୍ଷିଣାଞ୍ଚଳ ପାୱାର ଡିଷ୍ଟ୍ରିବ୍ୟୁସନ୍ କମ୍ପାନି (ଏପିଏସପିଡିସିଏଲ୍) ସିଏମ୍ଡି ହରିନାଥ ରାଓ ଉକ୍ତ ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Follow Us