ରାଜ୍ୟମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ: କୋଭିଡ୍ ରୋଗୀଙ୍କ ଲାଗି ସୁଲଭ ଆମ୍ବୁଲାନ୍ସ୍‌ ମୂଲ୍ୟ ଧାର୍ଯ୍ୟ କର

ରାଜ୍ୟମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ: କୋଭିଡ୍ ରୋଗୀଙ୍କ ଲାଗି ସୁଲଭ ଆମ୍ବୁଲାନ୍ସ୍‌ ମୂଲ୍ୟ ଧାର୍ଯ୍ୟ କର

Image Courtesy of NDTV

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା ସରଳୀକରଣ କରିବା ନିମନ୍ତେ ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଆଜି ଶୁଣାଣି କରିବା ସମୟରେ ରାଜ୍ୟମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ, କୋଭିଡ୍ ରୋଗୀମାନଙ୍କୁ ଆମ୍ବୁଲାନ୍ସ୍‌ ଯୋଗାଇବା ନିମନ୍ତେ ସେମାନେ ସୁଲଭ ମୂଲ୍ୟ ଧାର୍ଯ୍ୟ କରନ୍ତୁ।

କୋଭିଡ୍‌ ରୋଗୀମାନଙ୍କୁ ଆମ୍ବୁଲାନ୍ସ୍‌ ସେବା ଯୋଗାଣକାରୀମାନେ ମାତ୍ରାଧିକ ମୂଲ୍ୟ ଦାବି କରୁଥିବା ଘଟଣା ବୃଦ୍ଧି ପାଉଥିବା ଜାଣି ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଥିଲେ। ଏଥିସହ ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ‌ଯେ, କୋଭିଡ୍‌ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ଲାଗି ପ୍ରତି ଜିଲ୍ଲାରେ ଯଥେଷ୍ଟସଂଖ୍ୟକ ଆମ୍ବୁଲାନ୍‌ସ୍‌ ରହିଛି ବୋଲି ରାଜ୍ୟ ସରକାର ସୁନିଶ୍ଚିତ ହେବା ଉଚିତ।

ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିଲେ।

publive-image Image Courtesy of The Financial Express

ସୁପ୍ରିମ୍‌ କୋର୍ଟ କହିଲେ ଯେ, ମହାମାରୀ ମୁକାବିଲା କରିବାକୁ କେନ୍ଦ୍ର ସରକାର ଜାରି କରିଥିବା ଉପଦେଶାବଳୀ ପାଳନ କରିବାକୁ ରାଜ୍ୟମାନେ ବାଧ୍ୟ। କିନ୍ତୁ, ଦେଶପ୍ୟାପୀ ଥିବା ଘରୋଇ ଡାକ୍ତରଖାନାରେ କୋଭିଡ୍ ଚିକିତ୍ସା ନିମନ୍ତେ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ବିଭିନ୍ନ ରାଜ୍ୟରେ କରାଯାଉଥିବା କୋଭିଡ୍-୧୯ ପରୀକ୍ଷା ବାବଦ ମୂଲ୍ୟ ଧାର୍ଯ୍ୟ କରିବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe