Dharmadhwaja: ଧ୍ବଜାରୋହଣ ଉତ୍ସବ: ୪୪ମିନିଟର ସେହି ଶୁଭ ମୂହୂର୍ତ୍ତ ଏହି କାରଣରୁ ରହିଛି ସ୍ବତନ୍ତ୍ର

ରାମମନ୍ଦିର ଉପରେ ଧ୍ବଜାରୋହଣ ଅଭିଜିତ ମୁହୂର୍ତ୍ତରେ କରାଯାଇଛି। ଯାହାର ସମୟ ସକାଳ ୧୧ଟା ବାଜି ୪୫ମିନିଟରୁ ୧୨ଟା ୨୯ପର୍ଯ୍ୟନ୍ତ ରହିଥିଲା। ବିଶ୍ବାସ ରହିଛି ଭଗବାନ ରାମଙ୍କ ଜନ୍ମ ଏହି ଅଭିଜିତ ମୁହୂର୍ତ୍ତରେ ‌ହୋଇଥିଲା।

Untitled-3

shubh muhurat significance of dharmadhwaja Photograph: (@sambad.in)

ଅଯୋଧ୍ୟା: ଅନେକ ଦିନ ପରେ ଆଜି ସେ ଶୁଭ ମୁହୂର୍ତ୍ତ ଆସି ପହଞ୍ଚି ଯାଇଛି। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ପବିତ୍ର ଧର୍ମଧ୍ବଜା ଉଡ଼ାଇଛନ୍ତି। ଏହି ପିବତ୍ରବନା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତିର ପ୍ରତୀକ ହେବା ସହିତ ଏବଂ ସାଂସ୍କୃତିକ ଉତ୍ସବ ତଥା ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ ।

ଅଭିଜିତ ମୁହୂର୍ତ୍ତରେ ହୋଇଛି ଧ୍ବଜାରୋହଣ

ଜ୍ୟୋତିଷବିଜ୍ଞାନ ଓ ଜ୍ଞାନୀଗୁଣି ପଣ୍ଡିତମାନଙ୍କ କହିବାନୁସାରେ, ରାମମନ୍ଦିର ଉପରେ ଧ୍ବଜାରୋହଣ ଅଭିଜିତ ମୁହୂର୍ତ୍ତରେ କରାଯାଇଛି। ଯାହାର ସମୟ ସକାଳ ୧୧ଟା ବାଜି ୪୫ମିନିଟରୁ ୧୨ଟା ୨୯ପର୍ଯ୍ୟନ୍ତ ରହିଥିଲା। ବିଶ୍ବାସ ରହିଛି ଭଗବାନ ରାମଙ୍କ ଜନ୍ମ ଏହି ଅଭିଜିତ ମୁହୂର୍ତ୍ତରେ ‌ହୋଇଥିଲା। ତେଣୁ ରାମମନ୍ଦିରର ଧ୍ବଜାରୋହଣ ପାଇଁ ଏହି ସମୟକୁ ନିର୍ଦ୍ଧାରିତ କରାଯାଇଥିଲା।

ଅଧିକପଢ଼ନ୍ତୁ:ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ: ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦୀ

ଫୁରୁଫୁରୁ ହୋଇ ଉଡ଼ୁଥିବା ଧର୍ମଧ୍ବଜାରେ ଲେଖାହୋଇଛି ଓମ୍

ଆଜି ଫୁରୁଫୁରୁ ହୋଇ ରାମମନ୍ଦିର ଉପରେ ଉଡ଼ୁଥିବା ପବିତ୍ରଧ୍ବଜା ଦଶ ଫୁଟ ଉଚ୍ଚତା ଏବଂ କୋଡିଏ ଫୁଟ ଲମ୍ବ ବିଶିଷ୍ଟ ରହିଛି।ଏହି ଦକ୍ଷିଣ କୋଣ ତ୍ରିକୋଣୀୟ ପତାକାରେ ଭଗବାନ ଶ୍ରୀରାମଙ୍କ ପ୍ରତିଭା ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି। ଯାହାକି ଭକ୍ତଙ୍କୁ ଖୁବ ଆକୃଷ୍ଟ କରୁଛି। ଏଥିସହିତ ଧର୍ମଧ୍ବଜାରେ କୋବିଦାରା ଗଛର ପ୍ରତିଛବି ସହିତ ଏକ ‘ଓମ୍’ ଲେଖାଥିବା ଦେଖିବାକୁ ମିଳୁଛି। । 

ଆଜିର ତିଥିରେ ହୋଇଥିଲା ଭଗବାନ ରାମ ଓ ମା’ ଜାନକିଙ୍କ ବିବାହ

ଅଯୋଧ୍ୟାର ସାଧୁସନ୍ଥଙ୍କ କହିବାନୁସାରେ, ‌ତ୍ରେତାଯୁଗରେ ଭଗବାନ ରାମ ଓ ମା’ ଜାନକିଙ୍କ ବିବାହ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହୋଇଥିଲା। ନଭେମ୍ବର ୨୫ ଅର୍ଥାତ ଆଜିର ଦିନରେ ପ୍ରତିବର୍ଷ ବିବାହ ପଞ୍ଚମୀ ଦିନ ସର୍ବାଧିକ ବିବାହ ତିଥି ନିର୍ଦ୍ଧାରିତ ହୋଇଥାଏ। ଏହି ତିଥିକୁ ଖୁବ ଶୁଭ ମନା ଯାଇଥାଏ।

ଅଧିକପଢ଼ନ୍ତୁ:ସୁରକ୍ଷା ଦୃଷ୍ଟିରୁ ଭାରତ ଗସ୍ତ ବାତିଲ୍‌ କଲେ ନେତାନ୍ୟାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe