ରାହୁଲ୍‌ ଗାନ୍ଧୀ ଓ ଶରଦ ପାୱାର୍‌ଙ୍କ ସହିତ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା

ରାହୁଲ୍‌ ଗାନ୍ଧୀ ଓ ଶରଦ ପାୱାର୍‌ଙ୍କ ସହିତ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା

Image Courtesy of India Today

ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ତାଙ୍କ ଦୁଇ ପାର୍ଶ୍ବରେ ଥିଲେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ‘ଏନ୍‌ସିପି’ ନେତା ଶରଦ ପାୱାର୍‌।

ଏହାଛଡ଼ା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ‘ଆର୍‌ଏଲ୍‌ଡି’ ମୁଖ୍ୟ ଜୟନ୍ତ ଚୌଧରି, ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ମନ୍ତ୍ରୀ କେ.ଟି. ରାମାରାଓ ଏବଂ କେତେକ ‘ଟିଆର୍‌ଏସ୍‌’ ସାଂସଦ ମଧ୍ୟ ସିହ୍ନାଙ୍କ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ଥିଲେ।

ସିହ୍ନାଙ୍କ ପ୍ରାର୍ଥୀତ୍ବକୁ ‘ଟିଏମ୍‌ସି’, କଂଗ୍ରେସ, ‘ସିପିଆଇ’, ଶିବସେନା, ‘ଏନ୍‌ସିପି’, ‘ଏସ୍‌ପି’, ‘ଡିଏମ୍‌କେ’ ‘ଆର୍‌ଜେଡି’, ‘ଏନ୍‌ସି’, ‘ଏଆଇୟୁଡିଏଫ୍‌’, ‘ଏନ୍‌ସିପି’, ‘ଆର୍‌ଏଲ୍‌ଡି’, ‘ପିଡିପି’ ଏବଂ ‘ଏଆଇଏମ୍‌ଆଇଏମ୍‌’ ଆଦି ୧୪ଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି।

publive-image Image Courtesy of India Today

କଂଗ୍ରେସ ଦଳ ଯୋଗୁଁ ସିହ୍ନାଙ୍କୁ ସମର୍ଥନ କରୁ ନ ଥିବା ‘କେସିଆର୍‌’ଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଆଜି ସକାଳେ ଘୋଷଣା କରିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ୮୪ ବର୍ଷିୟ ଯଶବନ୍ତ ସିହ୍ନାଙ୍କୁ ୨୦୨୨ ଜୁଲାଇ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି।

ସିହ୍ନା କହିଛନ୍ତି ଯେ, ‘ରବର୍‌ ଷ୍ଟାମ୍ପ୍‌’ ରାଷ୍ଟ୍ରପତି ଚଳିବ ନାହିଁ। ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଦ୍ରୌପଦୀ ମୁର୍ମୁଙ୍କ ଅପେକ୍ଷା ସେ ଅଧିକ ସାମ୍ବିଧାନିକ ହୋଇ ପାରିବେ। ସେ ଆହୁରି ମଧ୍ୟ କହିଛନ୍ତି, ମୁର୍ମୁଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ବିବାଦ ନାହିଁ। ଭାରତର ସମ୍ବିଧାନକୁ ରକ୍ଷା କରିବା ପାଇଁ ଏ ନିର୍ବାଚନ ହେଉଛି ଏକ ସଂଘର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe