ଆକସ୍ମିକ ବନ୍ୟା ଯୋଗୁଁ ମରୁଡ଼ି ପ୍ରପୀଡ଼ିତ ଦକ୍ଷିଣ ଇରାନ୍‌ରେ ଅନ୍ୟୂନ ୨୧ଜଣ ମୃତ

Advertisment
ଆକସ୍ମିକ ବନ୍ୟା ଯୋଗୁଁ ମରୁଡ଼ି ପ୍ରପୀଡ଼ିତ ଦକ୍ଷିଣ ଇରାନ୍‌ରେ ଅନ୍ୟୂନ ୨୧ଜଣ ମୃତ

Image Courtesy of India Today

ଦୁବାଇ: ଅତି ସ୍ବଳ୍ପ ସମୟରେ ମାତ୍ରାଧିକ ବର୍ଷା ଯୋଗୁଁ ଇରାନ୍‌ର ଦକ୍ଷିଣାଞ୍ଚଳରେ ଅବସ୍ଥିତ ମରୁଡ଼ି ପ୍ରପୀଡ଼ିତ ଫାର୍‌ସ୍‌ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବାରୁ ଅନ୍ୟୂନ ୨୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଶନିବାର ଦିନ ରାଷ୍ଟ୍ରାୟତ ଟେଲିଭିଜନ୍‌ ରିପୋର୍ଟ କରିଛି।

ଏସ୍ତାବାନ୍‌ ନଗରୀର ଗଭର୍ଣ୍ଣର୍‌ ୟୁସେପ୍‌ କାରେଗର୍‌ଙ୍କ କହିବା ଅନୁସାରେ, ଅତି ପ୍ରବଳ ବର୍ଷା କାରଣରୁ ଏସ୍ତାବାନ୍‌ ନଗରୀ ପାଖ ଦେଇ ପ୍ରବାହିତ ରୌଦ୍‌ବାଲ୍‌ ନଦୀରେ ବଢ଼ି ଆସିଗଲା।

କାରେଗର୍‌  କହିଛନ୍ତି, ଆକସ୍ମିକ ବନ୍ୟା ଯୋଗୁଁ ପାଣି ଘେରରେ ଫସି ରହିଥିବା ୫୫ଜଣ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି, କିନ୍ତୁ ଏବେ ବି ଆହୁରି ୬ଜଣ ଲୋକଙ୍କର ପତ୍ତା ମିଳୁନି। ବନ୍ୟା ଯୋଗୁଁ ପ୍ରଦେଶର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।

publive-image Image Courtesy of USNews

ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଇରାନ୍‌ର ଗୃହମନ୍ତ୍ରୀ ଅହମଦ୍‌ ୱହିଦି ସମବେଦନା ଜ୍ଞାପନ କରିଥିବା କଥା ପରେ ରାଷ୍ଟ୍ରାୟତ ଟେଲିଭିଜନ୍‌ ରିପୋର୍ଟ କରିଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାୟ ଏକ ଦଶନ୍ଧି ହେବ ମରୁଡ଼ିର ସମ୍ମୁଖୀନ ହେଉଥିବା ଦେଶ ଇରାନ୍‌ର ସବୁ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ଋତୁକାଳୀନ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ନଦୀଶଯ୍ୟା ଆଖପାଖରେ କୋଠାବାଡ଼ି ଓ ସଡ଼କ ନିର୍ମାଣ ମଧ୍ୟ ପ୍ରବଳ ବୃଷ୍ଟିପାତରୁ ସୃଷ୍ଟ ଆକସ୍ମିକ ବନ୍ୟା ପରିସ୍ଥିତିକୁ ବ୍ୟାପକ କରୁଛି।

ସ୍ମରଣଯୋଗ୍ୟ, ୨୦୧୮ ମାର୍ଚରେ ଆକସ୍ମିକ ବନ୍ୟା ଯୋଗୁଁ ଫାର୍‌ସ୍‌ ପ୍ରଦେଶରେ ୪୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe