ଅତିକ କବଜା କରିଥିବା ଜମିରେ ନିର୍ମାଣ ହେଲା ଫ୍ଲାଟ, ୬ଲକ୍ଷର ଫ୍ଲାଟକୁ ୩.୫ଲକ୍ଷରେ କିଣିପାରିବେ ଲୋକେ

Advertisment
ଅତିକ କବଜା କରିଥିବା ଜମିରେ ନିର୍ମାଣ ହେଲା ଫ୍ଲାଟ, ୬ଲକ୍ଷର ଫ୍ଲାଟକୁ ୩.୫ଲକ୍ଷରେ କିଣିପାରିବେ ଲୋକେ

aajtak

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଯାହା ଘଟୁଛି, ତାହା ପୂର୍ବରୁ କେବେ ଘଟି ନଥିଲା। ଦିନ ଥିଲା ଯେତେବେଳେ ମାଫିଆମାନେ ଗରିବଙ୍କ ଜମି ଦଖଲ କରୁଥିଲେ। କିନ୍ତୁ ଯୋଗୀ ସରକାର ଆସିବା ପରେ ମାଫିଆମାନଙ୍କଠାରୁ ଜମି ଆଣି ସେଥିରେ ଘର ନିର୍ମାଣ କରି ଗରିବଙ୍କୁ ଦିଆଯାଉଛି। ସଙ୍ଗମ ନଗରୀ ପ୍ରୟାଗରାଜରେ ମାଫିଆ ଅତିକ୍ ଅହମ୍ମଦ ଦଖଲ କରିଥିବା ଗରିବଙ୍କ ଜମିକୁ ଫେରାଇ ଆଣି ସେଥିରେ ଫ୍ଲାଟ ନିର୍ମାଣ କରାଯାଇଛି। ଏବେ ଗରିବଙ୍କୁ ସେମାନଙ୍କ ସ୍ବପ୍ନର ଘର ମିଳିବାକୁ ଯାଉଛି।

କୁହାଯାଉଛି ଯେ, ଏହି ଫ୍ଲାଟଗୁଡିକ ଲଟେରୀ ମାଧ୍ୟମରେ ବଣ୍ଟନ କରାଯିବ। ପ୍ରୟାଗ ବିକାଶ ପ୍ରାଧିକରଣ(ପିଡିଏ) ଅଧିକାରୀମାନେ ଏହି ଘରଗୁଡିକର ବାକି ଥିବା କାମ ଉପରେ ନଜର ରଖିଛନ୍ତି। ୧୭୩୧ବର୍ଗ ମିଟର ଜମିରେ ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି, ଯାହା ଶୀଘ୍ର ଲଟେରୀ ମାଧ୍ୟମରେ ଗରିବ ଲୋକଙ୍କୁ ଦିଆଯିବ।

ମିଳିଥିବା ସୂଚନା ମୁତାବକ, ଏହି ଫ୍ଲାଟ ପାଇବା ପାଇଁ ୬୦୬୦ଜଣ ଲୋକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ବଛାଯାଇଥିବା ବେଳେ ଲଟେରୀ ମାଧ୍ୟମରେ କେବଳ ୭୬ଜଣ ଫ୍ଲାଟ ପାଇପାରିବେ। ହିତାଧିକାରୀମାନଙ୍କୁ ମିଳିବାକୁ ଥିବା ଗୋଟିଏ ଫ୍ଲାଟର ମୂଲ୍ୟ ହେବ ୬ଲକ୍ଷ। ୬ଲକ୍ଷରୁ ୧.୫ଲକ୍ଷ ଟଙ୍କା ଭାରତ ସରକାର ଦେବେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାର ମନୋନୀତ ହିତାଧିକାରୀଙ୍କୁ ସାଢ଼େ ତିନି ଲକ୍ଷ ଟଙ୍କା ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe