ବିମାନରେ ଦିଆଯାଇଥିବା ନିରାମିଷ ଖାଦ୍ୟରୁ ମିଳିଲା ସାପ ମୁଣ୍ଡ, ଭାଇରାଲ ହେଲା ଫଟୋ

Advertisment
ବିମାନରେ ଦିଆଯାଇଥିବା ନିରାମିଷ ଖାଦ୍ୟରୁ ମିଳିଲା ସାପ ମୁଣ୍ଡ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ବିମାନରେ ଦିଆଯାଇଥିବା ନିରାମିଷ ଖାଦ୍ୟରୁ ମିଳିଲା ସାପ ମୁଣ୍ଡ। ତୁର୍କୀ ବିମାନ କମ୍ପାନି 'ସନ୍ ଏକ୍ସପ୍ରେସ'ର ବିମାନରେ ଥିବା ଖାଦ୍ୟରେ ସାପ ମୁଣ୍ଡ ମିଳିଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ତୁର୍କୀରୁ ଜର୍ମାନୀ ଯାଉଥିବା ସନ୍ ଏକ୍ସପ୍ରେସର ବିମାନରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଖାଦ୍ୟରେ ମିଳିଥିବା ସାପ ମୁଣ୍ଡର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମିଳିଥିବା ସୂଚନା ମୁତାବକ, ବିମାନର କ୍ରୁ ସଦସ୍ୟ ଖାଦ୍ୟ ଖାଇବା ବେଳେ ଏହି ଘଟଣା ଘଟିଥିଲା। ନିରାମିଷ ଖାଦ୍ୟ ଖାଉଥିବା ବେଳେ ତାଙ୍କ ଖାଦ୍ୟ ଭିତରୁ ହଠାତ ସାପର ମୁଣ୍ଡ ବାହାରିବା ପରେ ସେ ଚମକି ପଡ଼ିଥିଲେ। ବିମାନ କମ୍ପାନି ସନ୍ ଏକ୍ସପ୍ରେସ୍ ତୁର୍କୀ ଗଣମାଧ୍ୟମକୁ କହିଛି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ସମ୍ପୃକ୍ତ ଖାଦ୍ୟ ଯୋଗାଣକାରୀଙ୍କ ସହ ଚୁକ୍ତିନାମା ସ୍ଥଗିତ ରଖିଛି ବିମାନ କମ୍ପାନି।

ଏଥି ସହିତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସନକ୍ୟାକ୍ ଇନଫ୍ଲାଇଟ୍ ସର୍ଭିସେସ୍ ଏହି ପ୍ରସଙ୍ଗରେ କହିଛି ଯେ ରୋଷେଇ ସମୟରେ ଆମେ କୌଣସି ବାହାର ଜିନିଷ ବ୍ୟବହାର କରିନାହୁଁ। ଯଦି ଏହା ସତ ହୋଇଥାଏ, ତେବେ ସାପର ମୁଣ୍ଡ ଖାଦ୍ୟ ଭିତରକୁ କିଭଳି ଆସିଲା, ଏବେ ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe