କରାଚୀରେ ବିମାନ ଦୁର୍ଘଟଣା ଶତାଧିକ ମୃତ ଆଶଙ୍କା, ଅବତରଣ ପୂର୍ବରୁ ଜନବସତି ଅଂଚଳରେ ଖସିପଡ଼ିଲା

କରାଚୀରେ ବିମାନ ଦୁର୍ଘଟଣା ଶତାଧିକ ମୃତ ଆଶଙ୍କା, ଅବତରଣ ପୂର୍ବରୁ ଜନବସତି ଅଂଚଳରେ ଖସିପଡ଼ିଲା

କରାଚୀ: ଲାହୋରରୁ କରାଚୀ ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ କରାଚୀ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି। ଆଜି ଅପରାହ୍ନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଂଚଳରେ ଖସି ପଡ଼ିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଏ-୩୨୦ ବିମାନରେ ୧୦୭ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଜନବସତି ଅଞ୍ଚଳରେ ବିମାନଟି ଖସିପଡ଼ିଥିବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ରାତି ପ୍ରାୟ ୧୧ଟା ସୁଦ୍ଧା ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ଡନ୍‌ ଖବରକାଗଜ ସୂତ୍ରରୁ ଜଣାଯାଇଛି। କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ତେବେ ସେମାନେ ବିମାନ ଯାତ୍ରୀ କିମ୍ବା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତାହା ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ଜନବସତିପୂର୍ଣ୍ଣ ଅଂଚଳରେ ଘଟିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ପାକିସ୍ତାନ ସ୍ଥଳସେନା ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବିମାନଟି ରନ୍‌ୱେରେ ଅବତରଣର ଠିକ୍‌ ୧ ମିନିଟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ପିକେ-୩୦୩ ବିମାନ ଲାହୋରରୁ ଯାତ୍ରୀଙ୍କୁ ନେଇ କରାଚୀରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣା ଜିନ୍ନା ଗାର୍ଡେନ୍‌ ମଡେଲ କଲୋନୀ ଅଂଚଳରେ ଘଟିଛି। ସିନ୍ଧ ଗଭର୍ଣ୍ଣର ଇମ୍ରାନ୍‌ ଇସ୍‌ମାଇଲ କହିଛନ୍ତି ଯେ ଦୁର୍ଘଟଣା ଏକ ବ୍ୟସ୍ତବହୁଳ ଅଂଚଳରେ ଘଟିଥିବାରୁ ଅନେକ ସ୍ଥାନୀୟ ବାସିନ୍ଦାଙ୍କର ମଧ୍ୟ ମୃତ୍ୟୁ ଘଟିଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିମାନଟି ପ୍ରଥମେ ଏକ ମୋବାଇଲଟ୍‌ ଟାୱାରରେ ଧକ୍କା ହୋଇଥିଲା ଏବଂ ପରେ ଏକ କୋଠା ଉପରେ ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଆଜି ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ବିମାନ ଖସିବାରୁ ୬ଟି କୋଠା ଧ୍ବଂସ ହୋଇଛି ଏବଂ ସେଥିରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe