ବାରଣାସୀରେ ବିମାନର ଜରୁରୀ ଅବତରଣ

Advertisment
ଝାରସୁଗୁଡ଼ାରୁ ସ୍ପାଇସ୍‌ଜେଟ୍ ଉଡ଼ାଣ ମାର୍ଚ ୩୧ରୁ

ବାରଣାସୀ : ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ସ୍ପାଇସ୍‌ ଜେଟ୍ ବିମାନ ଆଜି ବାରଣା‌ସୀରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରା‌ କରୁଥିବା ଜଣେ ଥାଇ ନାଗରିକଙ୍କର ହୃଦ୍‌ଘାତ ହେବାପ‌ରେ ବିମାନଟିକୁ ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। କିନ୍ତୁ ଯାତ୍ରୀ ଜଣଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୂଚନାନୁଯାୟୀ, ୧୮୯ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟି ଶୁକ୍ରବାର ସକାଳ ୭.୪୦ରୁ ବ୍ୟାଂକକ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କ ମଧ୍ୟରେ ୨୨ ଜଣ ଥାଇ ନାଗରିକ ଥିଲେ। ହୃଦ୍‌ଘାତରେ ପ୍ରାଣ ହରାଇଥିବା ଥାଇ ନାଗରିକଙ୍କ ସହ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ୭ ଜଣ ସଦସ୍ୟ ଥିଲେ। ଥାଇ ଦୂତାବାସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe