ନୂଆଦିଲ୍ଲୀ: ଆପଣ ଲଣ୍ଡନ ଯିବାକୁ ଚାହୁଁଛନ୍ତି କି ? ଆପଣ ଥାଇଲ୍ୟାଣ୍ଡ, ଭିଏତନାମା, ସିଙ୍ଗାପୁର କି ଆଉ କେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି ? ବିମାନରେ ଆପଣ କମ ଖର୍ଚ୍ଚରେ ବିଦେଶ ଯାଇପାରିବେ କିନ୍ତୁ ନିଜ ଦେଶରେ ଆପଣ ବିମାନରେ ଗୋଟେ ସହରରୁ ଆଉ ଏକ ସହରକୁ ଶସ୍ତାରେ ଯାଇ ପାରିବେନି । କାରଣ ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଯେତିକି ସେତିକିରେ ଲଣ୍ଡନରୁ ଥରେ ଯାଇ ଆସି ହେବ । ମାନେ ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡା ଆଜି ରହିଛି ୭୦ ହଜାର ଟଙ୍କା । ଯେଉଁ ଦିଲ୍ଲୀରୁ ଲଣ୍ଡନକୁ ମାତ୍ର ୨୫ ହଜାର ଟଙ୍କା । ଯେଉଁଥିରେ ଜଣେ ଯାତ୍ରୀ ଲଣ୍ଜନ ଯାଇ ଫେରି ଆସିବ । ମାତ୍ର ଦେଶ ଭିତରେ ମହଙ୍ଗା ମାଡର ଶିକାର ହେବ ।
ଇଣ୍ଡିଗୋ କ୍ରାଇସିସ୍ ପରେ ଦେଶରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ହଠାତ୍ ବିମାନ ଟିକେଟ୍ ଦର ବଢିଛିୁ । ହୁହୁ ହୋଇ ବଢୁଥିବା ବିମାନର ଟିକଟ ଦର ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ଆକାଶପଥରେ ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୨୩ ହଜାର ଏବଂ ବେଙ୍ଗାଲୁରୁରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୧୮ ହଜାର ଥିବା ବେଳେ ଦେଶର ପ୍ରମୁଖ ସହରରୁ ଅନ୍ୟ ସହରକୁ ଯାତ୍ରା ପାଇଁ ବିମାନ ଦର ୧୦ ଗୁଣା ବୃଦ୍ଧି ପାଇଛି ।
ଆହୁରି ପଢନ୍ତୁ- IndiGo Crisis, Air Fare Hike: ଆକାଶଛୁଆଁ ଆକାଶ ପଥରେ ଯାତ୍ରା: ଏକାଥରେ ୧୦ ଗୁଣା ବଢିଗଲା ବିମାନ ଟିକେଟ୍ ଦର, ଶୁଣିଲେ ଲାଗୁଛି ଡର…
ଏହି ଘଟଣାକୁ ନିନ୍ଦା କରି ସୋସିଆଲ ମିଡିଆରେ ଯାତ୍ରୀ ଲେଖୁଛନ୍ତି ଏତେ ଟଙ୍କାରେ ଆପଣ ବେଙ୍ଗାଲୁରୁ କଣ ପାଇଁ ଟୋକିଓ ବୁଲି ପଳେଇଆସିବେ ।
Going to Bengaluru from Delhi on Air India ?
— Rocky Singh 🇮🇳 (@RockyEatsX) December 4, 2025
DONT
Go to New York or London Or Tokyo instead
…. It’s cheaper
Enjoy pic.twitter.com/zAj2Vg1kxf
ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥର ଭଡ଼ା । ଦୁଇ ଗୁଣା କି ୩ ଗୁଣା ନୁହେଁ ବରଂ ଏକାଥରେ ୧୦ ଗୁଣା ବଢିଲା ଟିକେଟର ଦର । ଯାହା ସିଧାସଳଖ ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଆଉ ଯାତ୍ରୀଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି ।
Jodhpur to Bangalore AirIndia flight 1lakh rupees! Are you freaking kidding me! 🥲
— Ankita (@ankie_me) December 5, 2025
This is so unfair of airlines taking advantage of current situation pic.twitter.com/KCVFoFgLHj
ଆହୁରି ପଢନ୍ତୁ- Indigo flight Disruption : ତିନିଦିନ ମଧ୍ୟରେ ସ୍ୱାଭାବିକ ହେବ ବିମାନ ସେବା : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ମହଙ୍ଗା ହେଲା ବିମାନ ଟିକେଟ ଦର
ଦିଲ୍ଲୀ-ଚେନ୍ନାଇ- ୬୮, ୯୩୨ ଟଙ୍କା
ଦିଲ୍ଲୀ-ବେଙ୍ଗାଲୁରୁ- ୩୯, ୧୦୧ ଟଙ୍କା
ଅହମଦାବାଦ-ମୁମ୍ବାଇ- ୨୦, ୩୫୯ ଟଙ୍କା
କୋଲକାତା-ମୁମ୍ବାଇ- ୩୧, ୪୪୪ ଟଙ୍କା
କୋଲକାତା-ବେଙ୍ଗାଲୁରୁ- ୨୪, ୧୭୬ ଟଙ୍କା
ପୁଣେ-କୋଲକାତା- ୨୪, ୯୪୮ ଟଙ୍କା
ପୁଣେ-ହାଇଦ୍ରାବାଦ- ୧୭, ୫୦୧ ଟଙ୍କା
ଦିଲ୍ଲୀରୁ ମୁମ୍ବାଇ- ୨୫ ହଜାର (ରବିବାର)
ପୁଣେରୁ କୋଲକାତା- ୬୯, ୦୦୦ (ଶନିବାର)
ଦିଲ୍ଲୀ-ପାଟଣା- ୨୯ ହଜାର
ଦିଲ୍ଲୀରୁ ବେଙ୍ଗାଲୁରୁ- ୩୩ ହଜାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/05/flight-fare-2025-12-05-21-20-54.jpg)