ବୋମା ଥିବା କୁହାଇ ଜବରଦସ୍ତି ବିମାନ ଅବତରଣ କରାଇଲେ ରାଷ୍ଟ୍ରପତି!

Advertisment
ବୋମା ଥିବା କୁହାଇ ଜବରଦସ୍ତି ବିମାନ ଅବତରଣ କରାଇଲେ ରାଷ୍ଟ୍ରପତି!

photo-dainik jagaran

ବର୍ଲିନ: ଜର୍ମାନୀ ସମେତ ସମଗ୍ର ୟୁରୋପୀୟ ୟୁନିଅନ ବର୍ତ୍ତମାନ ବେଲାରୁଷ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ପାଇଁ ଖପ୍ପା ହୋଇଛନ୍ତି | ଜଣେ ସାମ୍ବାଦିକଙ୍କୁ ଗିରଫ କରିବାକୁ ନେଇ ବିମାନକୁ ଜବରଦସ୍ତ ଓହ୍ଲାଇବା ଘଟଣାରେ ଜର୍ମାନୀ ସମେତ ଫ୍ରାନ୍ସ ଓ ଆମେରିକା କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିମାନଟି ଗ୍ରୀସରୁ ଲିଥୁଆନିଆକୁ ଯାଉଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ବିମାନଟିକୁ ବେଲାରୁଷର ମିନସ୍କରେ ଜବରଦସ୍ତ ଅବତରଣ କରାଯାଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା।

ସ୍ଥାନୀୟ ଗଣମାଧ୍ୟମରେ କୁହାଯାଉଛି ଯେ ବେଲାରୁଷର ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖ ଥାଉ କି ୨୬ ବର୍ଷୀୟ ରମାନ ଡିମିତ୍ରିଭିଚ୍ ଜଣେ ସାମ୍ବାଦିକ ହୋଇଥିବାବେଳେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ବିରୋଧରେ ବିଭିନ୍ନ ଆର୍ଟିକିଲ ଲେଖନ୍ତି | ଆଉ ଏଥିପାଇଁ ତାଙ୍କ ଉପରେ ବେଲା ରୁଷ ସରକାର ଖପ୍ପା ଥିଲେ |

ଆଉ ସିଏ ବିମାନ ଯୋଗେ ଗ୍ରୀସରୁ ଲିଥୁଆନିଆ ଯାଉଥିବାବେଳେ ଓ ବିମାନଟି ବେଲାରୁଷ ଆକାଶ ସୀମାରେ ଥିବାବେଳେ ଏଥିରେ ବୋମା ଥିବା କହି ବିମାନକୁ ଅବତରଣ କରାଯାଇଥିଲା ଓ ରମାନ ଡିମିତ୍ରିଭିଚଙ୍କୁ ଗିରଫ କରାଯାଇଥିଲା | ଏହି ଘଟଣାକୁ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ପାଇଁ ବେଲାରୁଷକୁ ଏହାର ପରିଣାମ ଭୋଗିବାକୁ ପଡିବ। ଜର୍ମାନୀ ସହିତ ବେଲାରୁଷର ଏହି ପଦକ୍ଷେପକୁ ଫ୍ରାନ୍ସ ମଧ୍ୟ ନିନ୍ଦା କରିଛି। ସେହିପରି ଆମେରିକା, ଗ୍ରୀସ, ଲିଥୁଆନିଆ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ରମାନ ଡିମିତ୍ରିଭିଚଙ୍କୁ ଛାଡିବାକୁ ଦାବି କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe