Business Traveller
ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର କହିଛନ୍ତି ଯେ କରୋନାଭାଇରସର ପ୍ରସାରକୁ ନିୟନ୍ତ୍ରଣ କରାଯିବାକୁ ନେଇ ସରକାର ନିଶ୍ଚିତ ହେବା ପରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନର ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଯିବ।
ମନ୍ତ୍ରୀ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ଯାଇ ଲେଖିଛନ୍ତି, ଥରେ ଏହି ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବା ସହ ଏହା ଭାରତୀୟଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସୁନିଶ୍ଚିତ ହେବା ପରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନର ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଯିବ | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ସମୟରେ ଭାରତୀୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ନିଜର ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଯେ, ଲକଡାଉନ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ତଥା ଅନ୍ତର୍ଜାତୀୟ ବିମାନର ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ଦୁଃଖ ଦେଖି ମୋର ହୃଦୟ କାନ୍ଦୁଛି | ହେଲେ ଏଭଳି ପରିସ୍ଥିତିରୁ ଆମେ ସାଥି ହୋଇ ବାହାରିବା ସହ ଶକ୍ତିଶାଳୀ ହେବା ବୋଲି ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।
Forbesଏହାପୂର୍ବରୁ ମାର୍ଚ୍ଚ ୨୬ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଘୋଷଣା କରିଥିଲା ଯେ, ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଏପ୍ରିଲ ୧୪ପର୍ଯ୍ୟନ୍ତ ସ୍ଥଗିତ ରହିବ | କିନ୍ତୁ ଏବେ ସଂକ୍ରମଣ ବଢୁଥିବାରୁ ଦେଶବ୍ୟାପୀ ପଡିଥିବା ତାଲାର ଅବଧିକୁ ସରକାର ବଢାଇବାକୁ ଚିନ୍ତା କରୁଛନ୍ତି | ଏ ନେଇ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଯାଇ ବିମାନ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଭାରତରେ ବର୍ତ୍ତମାନ ୫,୧୯୪ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪୯ରୁ ଅଧିକ ଲୋକ ଏହି ଭୂତାଣୁର ଶିକାର ହୋଇ ମୃତ୍ୟବରଣ କରିଛନ୍ତି |
Follow Us