Suryakumar Yadav: କଲମ୍ବୋ ପାଇଁ ଟିକେଟ୍‌ ବୁକିଂ କରିସାରିଛୁ: ସୂର୍ଯ୍ୟକୁମାର

Advertisment

ଭାରତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ପାକିସ୍ତାନ ସହ ଖେଳିବାକୁ ଭାରତ ମନା କରିନାହିଁ, ସେମାନେ ମନା କରିଛନ୍ତି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଗସ୍ତ କରିବ ଓ ଏଥିପାଇଁ ଟିକେଟ୍ ବୁକିଂ ହୋଇସାରିଛି।

ଭାରତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ପାକିସ୍ତାନ ସହ ଖେଳିବାକୁ ଭାରତ ମନା କରିନାହିଁ, ସେମାନେ ମନା କରିଛନ୍ତି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଗସ୍ତ କରିବ ଓ ଏଥିପାଇଁ ଟିକେଟ୍ ବୁକିଂ ହୋଇସାରିଛି।

download

ମୁମ୍ବାଇ: ଭାରତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ପାକିସ୍ତାନ ସହ ଖେଳିବାକୁ ଭାରତ ମନା କରିନାହିଁ, ସେମାନେ ମନା କରିଛନ୍ତି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଗସ୍ତ କରିବ ଓ ଏଥିପାଇଁ ଟିକେଟ୍ ବୁକିଂ ହୋଇସାରିଛି। ବିଶ୍ବକପ୍‌ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ କହିଛନ୍ତି ଯେ "ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ଆମେ କଲମ୍ବୋ ଯିବୁ। ତାପରେ ଦେଖିବା.."। ଏହି ବିଶ୍ବକପ୍‌ରେ ଭାରତୀୟ ଦଳର ସମ୍ଭାବନା ବିଷୟରେ ସେ କହିଛନ୍ତି ଯେ ଏଥିରେ ଆହୁରି ୧୯ଟି ଦଳ ଖେଳୁଛନ୍ତି, କିନ୍ତୁ ଯେପରି ଆମେ ଖେଳୁଛୁ, ଲାଗୁଛି ଭାରତ ହିଁ ଏହାର ଫେଭରାଇଟ୍। ବିଶ୍ବକପ୍‌ ପୂର୍ବରୁ ଲୟ ଫେରିପାଇଥିବାରୁ ଆଶ୍ବସ୍ତ ବୋଲି ସେ କହିଛନ୍ତି।

ଅଧିକପଢ଼ନ୍ତୁ:୧୬ଜଣଙ୍କ ଡିଏନ୍ଏ ଟେଷ୍ଟ ପରେ ଜଣାପଡ଼ିଲା ବାପା ହିଁ ଦୁଷ୍କର୍ମକାରୀ, ବାପା-ଝିଅ ପବିତ୍ର ସମ୍ପର୍କରେ ଲାଗିଲା ଦାଗ

ଭାରତୀୟ ଦଳ କଲମ୍ବୋ ଯିବାକୁ ପ୍ରସ୍ତୁତ

ବିଶ୍ବକପ୍‌ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଫେବ୍ରୁଆରି ୧୫ରେ ବହୁପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ପାକିସ୍ତାନ ସରକାର ଗତ ସପ୍ତାହରେ ଘୋଷଣା କରିବା ପରେ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେଦବାଜ୍‌ ସରିଫ୍‌ ଗୁରୁବାର ଏ ନେଇ ଘୋଷଣା କରିବା ପରେ ସ୍ଥିତି ଜଟିଳ ରହିଛି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଯିବାକୁ ପ୍ରସ୍ତୁତ ହେଉଛି। କାରଣ ଆଇସିସିର ନିୟମ ଅନୁସାରେ ଓ୍ବାକ୍‌-ଓଭର ଅଙ୍କ ପାଇବାକୁ ହେଲେ ଦଳକୁ ପଡ଼ିଆରେ ଉପସ୍ଥିତ ରହି ଅପର ଦଳକୁ ଅପେକ୍ଷା କରିବାକୁ ହେବ। ବିପକ୍ଷ ଦଳ ନ ଆସିଲେ ମ୍ୟାଚ୍‌ ବାତିଲ ହେବା ସହ ଉପସ୍ଥିତ ଥିବା ଦଳକୁ ୨ ଅଙ୍କ ମିଳିବ।

ଅଧିକପଢ଼ନ୍ତୁ:ବିହାର ନିର୍ବାଚନ ପୁଣି ଥରେ ହେଉ: ସୁପ୍ରିମକୋର୍ଟରେ ପହଞ୍ଚିଲା ପିକେଙ୍କ ଜନସୁରାଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe