FinalCall.travel
ନୂଆଦିଲ୍ଲୀ : ବ୍ରିଟେନ୍ରୁ ଭାରତକୁ ଆଜି ବିମାନ ଚଳାଚଳ ଆରମ୍ଭ ଆରମ୍ଭ ହୋଇଛି। ତେବେ ବ୍ରିଟେନ୍ ଫେରନ୍ତା ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ଏସ୍ଓପି ଜାରି କରିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳି ଅନୁଯାୟୀ ବ୍ରିଟେନ୍ରୁ ଫେରୁଥିବା ସମସ୍ତ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବାପରେ ଆର୍ଟିପିସିଆର ଟେଷ୍ଟ୍ କରିବେ। ସମସ୍ତ ଯାତ୍ରୀ ୭ ଦିନ ଦିନ ବାଧ୍ୟତାମୂଳକ ଇନ୍ଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ ଏବଂ ୭ ଦିନ ହୋମ୍ ଆଇସୋଲେସନ (ସଂଗରୋଧ)ରେ ରହିବେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ବ୍ରିଟେନ୍ ଭାଇରସ୍ କବଳରୁ ଦିଲ୍ଲୀ ବାସିନ୍ଦାଙ୍କୁ ସୁରକ୍ଷା ଦେବାପାଇଁ ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ବ୍ରିଟେନ୍ରୁ ଫେରିଛନ୍ତି ସେମାନଙ୍କୁ ଆଇସୋଲେସନ୍ ଫ୍ୟାସିଲିଟିରେ ରଖାଯିବ। କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କ ପାଇଁ ଏଦିଗରେ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ନେଇ ବଡ଼ ଧରଣର ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ଏବଂ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଶେଷ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ବାବଦ ସ୍ଥିତି ସ୍ପଷ୍ଟ କରିଥିଲେ।
Follow Us