ଅଗଷ୍ଟ ୧୫ ପର୍ଯ୍ୟନ୍ତ ୬ ହଟ୍‌ସ୍ପଟ୍‌ ସିଟିକୁ ବିମାନ ଚଳାଚଳ ବନ୍ଦ

Advertisment
କରୋନା ସଂକ୍ରମଣର ପ୍ରଭାବ: ଭାରତ ସହ ବିମାନ ଚଳାଚଳ ଉପରେ କଟକଣା ଲଗାଇଲା ସାଉଦି ଆରବ

Oneindia

କୋଲକାତା: କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ସିଟି ଘୋଷିତ ୬ଟି ସହରରୁ କୋଲକାତାକୁ ବିମାନ ଚଳାଚଳ ଅଗଷ୍ଟ ୧୫ ଯାଏ ବନ୍ଦ ରହିବ ବୋଲି ଗୁରୁବାର ଘୋଷଣା କରାଯାଇଛି। ଏହି ୬ଟି ସହର ହେଉଛି- ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ନାଗପୁର, ଅହମ୍ମଦାବାଦ ଏବଂ ପୁନେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପରବର୍ତ୍ତୀ ଲକ୍‌ଡାଉନ୍‌ ଅର୍ଥାତ୍‌ ୧୫ ତାରିଖ ମଧ୍ୟରେ ପଶ୍ଚିମବଙ୍ଗକୁ ଏହି ୬ ସହରରୁ ବିମାନ ଚଳାଚଳ ରଦ୍ଦ କରାଯାଇଛି। ପୂର୍ବରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଏହିସବୁ ସହରରୁ ବିମାନ ଚଳାଚଳ ବନ୍ଦ ରହିଥିଲା।

ସଂକ୍ରମଣ ବୃଦ୍ଧି କାରଣରୁ ରାଜ୍ୟ ସରକାର ଏହି ଅବଧି ବଢ଼ାଇବା ପାଇଁ ଅନୁରୋଧ କରିବାରୁ ଜୁଲାଇ ୧୯ ଏବଂ ପରେ ୩୧ ତାରିଖ ଯାଏଁ କାଏମ ରହିଥିଲା। ସମ୍ପ୍ରତି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁନର୍ବାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଅଧିକ ୨ ସପ୍ତାହ ବିମାନ ଚଳାଚଳ ରଦ୍ଦ କରାଯାଇଛି। ବିମାନ ଯାତ୍ରା ପାଇଁ ପୂର୍ବରୁ ଟିକଟ ବୁକ୍‌ କରିଥିବା ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe