ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କଲା ନୋକିଆ , କମ ମୂଲ୍ୟରେ ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଡିସେମ୍ବର ୨୯ରୁ ଫ୍ଲିପକାର୍ଟରେ ଆରମ୍ଭ ହେବ ବିକ୍ରି

ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କଲା ନୋକିଆ , କମ ମୂଲ୍ୟରେ ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

The Financial Express

ନୂଆଦିଲ୍ଲୀ: ପୂର୍ବରୁ ମୋବାଇଲ ଏବଂ ସ୍ମାର୍ଟ ଟିଭି ତିଆରି କରିଥିବା ନୋକିଆ ଏବେ ଏୟାର କଣ୍ଡିସନର ତିଆରି କରିବା ଆରମ୍ଭ କରିଛି। ଫ୍ଲିପକାର୍ଟ ସହ ମିଶି ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କରିଛି ନୋକିଆ। କମ ମୂଲ୍ୟରେ ଭାରତବାସୀଙ୍କୁ ମିଳିବ ଅନେକ ଅତ୍ୟାଧୁନିକ ସୁବିଧା। ନୋକିଆ ତିଆରି କରିଥିବା ଏୟାର କଣ୍ଡିସନରର ଦାମ ୩୦,୯୯୯ରୁ ଆରମ୍ଭ ହେଉଥିବା ବେଳେ ଡିସେମ୍ବର ୨୯ରୁ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହେବ। ଏହି ନୂଆ ଏୟାର କଣ୍ଡିସନରରେ ଅନେକ ଅତ୍ୟାଧୁନିକ ଫିଚର ସବୁ ରହିଥିବା ଜଣାପଡ଼ିଛି।

ଏଥିରେ ଇଣ୍ଟେଲିଜେଣ୍ଟ ମୋସନ୍ ସେନ୍ସର ସହିତ ୬ ଇନ୍ ୧ ଫିଲ୍ଟର୍ ରହିଛି। ଉପଭୋକ୍ତାମାନେ ନିଜ ଫୋନକୁ ରିମୋଟ ଭାବରେ ବ୍ୟବହାର କରି ଏହାକୁ ଚଳାଇ ପାରିବେ। ଏଥିରେ ସ୍ମାର୍ଟ ଫିଲ୍ଟର କ୍ଲିନ ରିମାଇଣ୍ଡର୍, ମଲ୍ଟିପୁଲ ସିଡ୍ୟୁଲର୍, କଷ୍ଟମାଇଜ୍ ୟୁଜର-ପ୍ରୋଫାଇଲ୍ ଏବଂ ସ୍ମାର୍ଟ ଡାଏଗ୍ନୋସିସ୍ ସୁବିଧା ରହିଛି। ଏହି ଏୟାର କଣ୍ଡିସନରକୁ ସଫା କରିବା ପାଇଁ କାହାରଆବଶ୍ୟକତା ନାହିଁ। ଏହା ଆପେ ଆପେ ମେସିନକୁ ସଫା କରିବା ସହ ଶବ୍ଦ ବିହୀନ ହେବ। ଏହି ଏୟାର କଣ୍ଡିସନର ୧୪୫-୨୬୫  ଭୋଲଟେଜରେ ମଧ୍ୟ ଚାଲିବା ସହ ଏଥିପାଇଁ ଷ୍ଟାବିଲାଇଜରର ଆବଶ୍ୟକତା ପଡ଼ିବ ନାହିଁ।

Nokia Smart AC with auto-clean function launched in India - Smartprix.com Smartprix

ଅନ୍ୟ ପକ୍ଷରେ ଗ୍ରାହକଙ୍କୁ ‘ମେଡ୍-ଇନ୍-ଇଣ୍ଡିଆ’ ନୋକିଆ ଏୟାର କଣ୍ଡିସନର ଦେବା ପାଇଁ ନୋକିଆ ସହିତ ଆମର ସହଭାଗିତାକୁ ନେଇ ଆମେ ଉତ୍ସାହିତ ବୋଲି କହିଛି ଫ୍ଲିପକାର୍ଟ । ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଟିଭି ଏବଂ ଲାପଟପ ତିଆରି କରିବା ପାଇଁ ନୋକିଆ ଏବଂ ଫ୍ଲିପକାର୍ଟ ପରସ୍ପର ସହ ହାତ ମିଳାଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe