ତୁମର ପ୍ରେମିକା ଅଛନ୍ତି କି? ତୁମେ ବିବାହିତ କି? ତୁମର ହ୍ଵାଟସଆପ୍‌ ଫଟୋଟି ବହୁତ ସୁନ୍ଦର ହୋଇଛି ବୋଲି କହି ଫସିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ତୁମର ପ୍ରେମିକା ଅଛନ୍ତି କି? ତୁମେ ବିବାହିତ କି? ତୁମର ହ୍ଵାଟସଆପ୍‌ ଫଟୋଟି ବହୁତ ସୁନ୍ଦର ହୋଇଛି ବୋଲି କହି ଫସିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ବସ୍ତ୍ରପୁର(ଗୁଜୁରାଟ): ଆପଣ ଏକା ଅଛନ୍ତି ନା ଆପଣଙ୍କର କେହି ପ୍ରେମିକ ଅଛନ୍ତି? ବିବାହିତ କି ଅବିବାହିତ? ସୋସିଆଲ ମିଡ଼ିଆରେ ମହିଳାମାନେ ଏଭଳି ଅନେକ ପ୍ରଶ୍ନର ସାମ୍ନା କରିଥାନ୍ତି । ସାଧାରଣତଃ ଦେଖିବାକୁ ଗଲେ ଏଭଳି ପ୍ରଶ୍ନ ସୋସିଆଲ ମିଡ଼ିଆରେ ଯୁବକମାନେ ଅନେକ ଯୁବତୀମାନଙ୍କୁ ପଚାରିଥାନ୍ତି । କିନ୍ତୁ ଗୁଜୁରାଟରେ ଥିବା ବସ୍ତ୍ରପୁର ସହରରେ ଏହାର ଠିକ୍‌ ଓଲଟା ଘଟିଛି । ଏଠାରେ ଜଣେ ଯୁବତୀ ସୋସିଆଲ ମିଡ଼ିଆ ଜରିଆରେ ଜଣେ ଯୁବକଙ୍କ ପଛରେ ପଡ଼ିଯିବା ସହ ତାଙ୍କୁ ଏଭଳି ପ୍ରଶ୍ନ କରିବା ଆରମ୍ଭ କରିଥିଲେ । ଏହା ପରେ ପୀଡ଼ିତ ଏବେ ବସ୍ତ୍ରପୁର ପୁଲିସ ଷ୍ଟେସନରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବସ୍ତ୍ରପୁରର ସାଟେଲାଇଟ୍‌ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ ନାରଙ୍ଗ(୩୮)ଙ୍କୁ ଜଣେ ମହିଳା ବାରମ୍ବାର ମେସେଜ କରି ଚାଲିଥିଲେ । ତୁମେ ବିବାହିତ କି? ତୁମେ ହ୍ଵାଟ୍‌ସଆପ୍‌ରେ ରଖିଥିବା ଫଟୋଟି ଖୁବ୍‌ ସୁନ୍ଦର ହୋଇଛି ଭଳି ଅନେକ କଥା କହି ସେ ବିଜୟଙ୍କୁ ସବୁବେଳେ ମେସେଜ କରିବାରେ ଲାଗିଥିଲେ। ରାଗରେ ବିଜୟ ତାଙ୍କୁ ହ୍ଵାଟସ୍‌ଆପ୍‌ରେ ବ୍ଲକ୍‌ କରିବା ପରେ ଯୁବତୀ ତାଙ୍କୁ ଟେକ୍ସଟ୍‌ ମେସେଜ କରିଥିଲେ । ପୁଲିସରେ ଅଭିଯୋଗ କରିବାର ଧମକ ଦେବାରୁ ଯୁବତୀଜଣଙ୍କ ନ ଡ଼ରି ବିଜୟଙ୍କୁ ଅଭିଯୋଗ କରିବା ପାଇଁ କହିଥିଲେ । ଏହା ପରେ ବିଜୟ ଏବେ ପୁଲିସରେ ଅଭିଯୋଗ କରିବା ସହ ଏହାର ତୁରନ୍ତ ସମାଧାନ କରିବା ପାଇଁ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe