oneindia
କାନପୁର: ଉତ୍ତରପ୍ରଦେଶର କାନପୁରରେ ଗତକାଲି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଶ୍ରଦ୍ଧାଳୁଙ୍କ ମନରେ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ବିଶ୍ୱାସ ଆହୁରି ବଢ଼ି ଯାଇଛି। ରାମାୟଣରେ ଆପଣ ପଢ଼ିଥିବେ, ତ୍ରେତୟା ଯୁଗରେ ବାନର ସେନାରେ ସାମିଲ ନଳ ଓ ନୀଳଙ୍କ ଦ୍ୱାରା ସମୁଦ୍ରରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପଥର ଲେଖି ପକାଇବା ଦ୍ୱାରା ତାହା ପାଣିରେ ଭାସୁଥିଲା। ଏଭଳି ପଥର ପକାଇ ପକାଇ ଲଙ୍କା ପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇଥିଲା।
oneindiaଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘାଟମପୁର ସଜେତାର ମଉନଖତ ଗ୍ରାମ ପାଖରେ ଦେଇ ପ୍ରବାହିତ ଯମୁନା ନଦୀରେ ଦେଖିବାକୁ ମିଳିଛି। ଏଠାରେ ଯମୁନା ନଦୀରେ ରାମ ଲେଖା ଥିବା ଏକ ପଥର ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଶ୍ରରାମଙ୍କ ନାମକୁ ନେଇ ଆସ୍ଥା ଆହୁରି ବଢ଼ି ଯାଇଛି।
ସୂଚନାଯୋଗ୍ୟ, କଲ୍ଲ ନିଷାଦ ନାମକ ଜଣେ ବ୍ୟକ୍ତି ଯମୁନା ନଦୀକୁ ମାଛ ଧରିବାକୁ ଯାଇଥିଲେ। ସେତେବେଳେ ନଦୀରେ ଏକ ପଥର ଭାସୁଥିବାର ସେ ଦେଖିବାକୁ ପାଇଥିଲେ। ପଥରଟି ପାଖକୁ ଆସିବା ପରେ ସେ ସେଥିରେ ରାମ ନାମ ଲେଖା ଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ କଲ୍ଲ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବସୀ ନଦୀର ସେହି ପଥରକୁ ଆଣି ପାଖରେ ଥିବା ପ୍ରଭୁ ହୁନମାନଙ୍କ ମନ୍ଦିରରେ ରଖି ପୂଜା ଅର୍ଚ୍ଚନା କରୁଛନ୍ତି।
oneindia
Follow Us