ବର୍ଷାର ତାଣ୍ଡବ: ୩ ରାଜ୍ୟ‌ରେ ୫୭ଜଣଙ୍କ ମୃତ୍ୟୁ, ଆସାମରେ ୭ଲକ୍ଷ ଲୋକ ପ୍ରଭାବିତ

Advertisment
ବର୍ଷାର ତାଣ୍ଡବ: ୩ ରାଜ୍ୟ‌ରେ ୫୭ଜଣଙ୍କ ମୃତ୍ୟୁ, ଆସାମରେ ୭ଲକ୍ଷ ଲୋକ ପ୍ରଭାବିତ

SANDRP

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ହେଉଥିବା ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ ଆସାମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ, ନଗାଓଁ, ହଜୋଇ ଏବଂ କାଛରରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅନୁଯାୟୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ଏବଂ ରାଜ୍ୟର ୨୯ ଟି ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଆସାମ ପରେ ବର୍ତ୍ତମାନ ବିହାରରେ ତାଣ୍ଡବ ରଚିଛି ବର୍ଷା। ବିହାରରେ ବଜ୍ରପାତ ଏବଂ କାଳବୈଶାଖୀ ପାଇଁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ୩୩ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଆସାମ ଏବଂ ବିହାର ସହିତ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଛି। ବିହାର, ଆସାମ ଏବଂ କର୍ଣ୍ଣାଟକରେ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଏପର୍ଯ୍ୟନ୍ତ ୫୭ଜଣଙ୍କର ମୃତ୍ୟୁ ହୋଇଛି।

ବର୍ଷା ହେତୁ କେରଳର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜ୍ୟର ୧୦ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପକ୍ଷରେ, ଲଗାଣ ବର୍ଷା ପାଇଁ ଜଳସ୍ତର ବଢ଼ୁଥିବାରୁ ଇଡୁକି ଜିଲ୍ଲା ପ୍ରଶାସନ କଲାରକଟ୍ଟି ଏବଂ ପମ୍ବଲା ଡ୍ୟାମର ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe