ନୂଆଦିଲ୍ଲୀ: ଚାଲିଛି ପର୍ଯ୍ୟଟନ ଋତୁ । ଏବେ ସମସ୍ତେ ବୁଲାବୁଲି ମନସ୍କ । କିଏ ରାଜ୍ୟ ଭିତରେ ତ କିଏ ରାଜ୍ୟ ବାହାରକୁ ଯାଉଛି ପୁଣି କିଏ ବିଦେଶ ଭ୍ରମଣ ପାଇଁ ଯୋଜନା କରୁଛନ୍ତି । ପର୍ଯ୍ଯଟନ ଋତୁ ସାରା ବିଶ୍ୱର ଲୋକମାନେ ଥାଇଲ୍ୟାଣ୍ଡ, ଭିଏତନାମ ଏବଂ ଶ୍ରୀଲଙ୍କା ଭଳି ଏସୀୟ ଦେଶଗୁଡ଼ିକୁ ଛୁଟି କାଟିବାକୁ ଯାଆନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ କି ସଂସ୍କୃତି ଏବଂ ସଭ୍ୟତା ବାବଦରେ ଜାଣିବାକୁ ଲୋକେ ବିଦେଶ ବୁଲି ଯାଆନ୍ତି । କିନ୍ତୁ ଏବେ ପ୍ରକୃତିର କରାଳ ରୂପ ପାଇଁ ଏବଂ ପ୍ରକୃତିର ତାଣ୍ଡବ ପାଇଁ ପର୍ଯ୍ୟଟନର ସ୍ବର୍ଗ କୁହାଯାଉଥିବା କେତେକ ଦେଶରେ ଏବେ ଆତଙ୍କ ଖେଳିଯାଇଛି ।
ନଭେମ୍ବରରୁ ମାର୍ଚ୍ଚ ଯାଏଁ ପର୍ଯ୍ୟଟନ ଋତୁ ଚାଲିବାକୁ ଥିବା ବେଳେ ଏବେ ପର୍ଯ୍ୟଟକମାନେ ଏସବୁ ସ୍ଥାନକୁ ଯିବାକୁ ଭୟ କରୁଛନ୍ତି । କେବଳ ନଭେମ୍ବର ମାସରେ ହିଁ ପୂର୍ବ ଏସୀୟ ଦେଶଗୁଡ଼ିକରେ ୪୦ରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ଯେଉଁଥିରେ ୧୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଲୋକ ଆହତ, ବାସହୀନ ହୋଇଛନ୍ତି ଆଉ ନିଖୋଜ ଅଛନ୍ତି ।
ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଭିଏତନାମ, ଶ୍ରୀଲଙ୍କା ପରେ ଏବେ ଭାରତ ମଧ୍ୟ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆର ଏହି ଦେଶଗୁଡ଼ିକ ପ୍ରକୃତିର କ୍ରୋଧର ଶିକାର । ଇଣ୍ଡୋନେସିଆରେ ପାଖାପାଖି ୧୩୦୦ ଲୋକଙ୍କ ଜୀବନ ବାତ୍ୟା ପରବର୍ତ୍ତୀ ବନ୍ୟା ନେଇଥିବା ବେଳେ । ଶ୍ରୀଲଙ୍କାରେ ବନ୍ୟା ପାଇଁ ମୃତ୍ୟୁ ସଂଖ୍ଯା ୬୦୦ ଟପିଛି । ଫିଲିପାଇନ୍ସରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଥାଇଲାଣ୍ଡରେ ବି ୨୦୦ ଟପିଛି ମୃତ୍ୟୁ ସଂଖ୍ଯା ।
ଆହୁରି ପଢନ୍ତୁ- IndiGo Crisis: ଇଣ୍ଡିଗୋ ପାଇଁ ଆଖିରେ ଲୁହ: ଅଖିଆ-ଅପିଆ ମଣିଷ, ଅସନ୍ତୋଷ-ଅପେକ୍ଷାରେ ବିତୁଛି ସମୟ…
ପ୍ରକୃତିର ତାଣ୍ଡବ ପାଇଁ ପ୍ରାକୃତିକ ଶୋଭାରାଜି ନଷ୍ଟ ହେଉଥିବା ବେଳେ ଯେଉଁଠି ସ୍ଥାନୀୟ ଲୋକଙ୍କ ଜୀବନ ବିପଦରେ ସେଠାରେ ସ୍ଥିତି ନସୁଧୁରିବା ଯାଏଁ ବାହାର ଦେଶର ପର୍ଯ୍ଯଟକଙ୍କୁ ଭ୍ରମଣ ପାଇଁ ନଆସିବାକୁ ପରାମର୍ଶ ଦିଆଯାଇଛି ।
ବନ୍ୟା ପାଇଁ ଦୋହଲିଲା ଆର୍ଥିକ ବ୍ୟବସ୍ଥା
ପର୍ଯ୍ୟଟନସ୍ଥଳ ଗୋଟେ ଦେଶର କିମ୍ବା ଗୋଟେ ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ବି ସୁଦୃଢ କରେ । ଯେଉଁ ଦେଶର ପର୍ଯ୍ୟଟନ ଯେତେ ସୁଦୃଢ ସେହି ଦେଶର ଆର୍ଥିକ ସ୍ଥିତି ସେତେ ଶକ୍ତ । ସେହି ଆଧାରରେ ପର୍ଯ୍ଯଟନର ସ୍ବର୍ଗ କୁହାଯାଉଥିବା ଏହି ସବୁ ଦେଶରେ ଏବେ ସ୍ଥିତି ଠିକ ନଥିବାରୁ ଆର୍ଥିକ ମାନ୍ଦାବସ୍ଥା ମାଡିପାରେ ବୋଲି ଆଶଙ୍କା କରାଯାଉଛି ।
ଆହୁରି ପଢନ୍ତୁ- Death Threat Soro ଦୁଇ ଦିନ ତଳେ ପ୍ରେମିକାକୁ ପାଇବା ପାଇଁ, ଆଜି ପାରିବାରିକ କଳହ ଲାଗି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ପ୍ରଳୟ ପାଟିରେ ପର୍ଯ୍ୟଟନସ୍ଥଳ
ଭାରତରେ ବି ଉତ୍ତରାଖଣ୍ଡ, ହିମାଚଳ ପରି ପର୍ଯ୍ୟଟନସ୍ଥଳରେ ଗତ କିଛି ମାସ ତଳେ ପ୍ରକୃତି ରଚିଥିଲା ଜଳ ପ୍ରଳୟ । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତିରେ ଧୋଇଯାଇଥିଲା ସବୁକିଛି । ପର୍ଯ୍ଯଟନସ୍ଥଳରେ ଆତଙ୍କ ଖେଳିଥିଲା । ଯାହା ପରେ ପର୍ଯ୍ୟଟକଙ୍କୁ ସାମୟିକ ସମୟ ପାଇଁ ମନାକରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/06/tourist-spots-2025-12-06-12-44-24.jpg)