ନୂଆଦିଲ୍ଲୀ: ଲମ୍ବା ଲାଇନ, ଘଣ୍ଟା ଘଣ୍ଟା ଅପେକ୍ଷା । ସୂଚନା ସ୍କ୍ରିନ ଉପରେ ସମସ୍ତଙ୍କ ନଜର । କେତେବେଳେ ବିମାନ ବିଳମ୍ବ ତ କେତେବେଳେ ବିମାନ ବାତିଲ ହେଉଛି । କାହାକୁ ମୁମ୍ବାଇ ଯିବାର ଅଛି କାହାକୁ ବେଙ୍ଗାଲୁରୁ ପୁଣି କାହାକୁ କୋଲକାତା ତ କାହାକୁ ଦେଶର ଅନ୍ୟ କେଉଁ ରାଜ୍ୟକୁ, ବଡ଼ ବଡ଼ ସହରକୁ । କିଏ ମିଟିଂ ପାଇଁ ଘରୁ ବାହାରିଥିଲା ତ ପୁଣି କିଏ ବାହାଘରରେ ସାମିଲ ହେବାକୁ ଆଉ କିଏ ତା ପରିବାର ପାଖକୁ ଫେରୁଥିଲା… କିଏ ପୁଣି ଅସ୍ଥି ବିସର୍ଜନ ପାଇଁ ଯାଉଥିଲା । କେତେ ଆଶା, କେତେ ଉତ୍କଣ୍ଠା ସବୁ ଇଣ୍ଡିଗୋର ଅତ୍ୟାଚାର ପାଇଁ, ବିମାନର ବିଭ୍ରାଟ ପାଇଁ ହିଁ ମଉଳିଗଲା ।
#WATCH | A passenger, Poonam Maurya says, "We had a flight to Lucknow via Patna. But it stands cancelled now. They have now assigned us a flight to Delhi scheduled for tonight 8.45 pm. But they are also saying that there is no certainty where it would fly out...We had not… https://t.co/Bc6A7Vid7Apic.twitter.com/66WsPTeHg7
— ANI (@ANI) December 6, 2025
ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ସବୁଠାରୁ ବଡ଼ ବିଶ୍ୱସନୀୟତା ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ବିଭିନ୍ନ ରୁଟରେ ବିମାନଗୁଡ଼ିକ ବାତିଲ ହେଉଛି, ଯାତ୍ରୀମାନେ ଶେଷ ମୁହୂର୍ତ୍ତରେ ମେସେଜ ପାଉଛନ୍ତି ଏବଂ ବିମାନବନ୍ଦରଗୁଡ଼ିକ ୱେଟିଂ ହଲରେ ପରିଣତ ହେଉଛି। ଏହି ଅପେକ୍ଷା କାହା ପାଇଁ କାଳ ସାଜୁଛି ତ ପୁଣି କିଏ ବିରକ୍ତ ହୋଇ ଅସନ୍ତୋଷ ଜାହିର କରୁଛି । ହେଲେ ଅନେକ ଲୋକ ବିମାନ ବନ୍ଦରରେ ପରିବାର ସହ ଭୋକ-ଉପାସରେ ଦିନ କାଟି ଦେଉଛନ୍ତି ।
#WATCH | Gujarat: A passenger weeps at Sardar Vallabhbhai Patel International Airport in Ahmedabad, long queues of passengers seen here as a few IndiGo flights stand cancelled yet again.
— ANI (@ANI) December 6, 2025
The Flight Duty Time Limitations (FDTL) orders of the DGCA have been placed in abeyance with… pic.twitter.com/8qmI72w2uN
ଆହୁରି ପଢନ୍ତୁ- Babri Masjid: ବାବ୍ରି ତିଆରି କରିବୁ...ଏଭଳି କହି ମୁଣ୍ଡରେ ଇଟା ଧରି ବାହାରିଛନ୍ତି ସଫୀକୁଲ ଇସ୍ଲାମ
ବିମାନବନ୍ଦରରେ ବିତୁଛି ସମୟ
କିଏ ଅପେକ୍ଷା କରି କରି ସେଇଠି ବ୍ୟାଗ ଉପରେ ଶୋଇଯାଉଛି ତ କିଏ ବିନା ପାଣିରେ ସମୟ କାଟୁଛି । ଏତେ ଭିଡ ଯେ ଶୋଇବାକୁ ଜାଗା ନାହିଁ । କୁନିକୁନି ପିଲାଗୁଡା ବେଞ୍ଚରେ, ତଳେ ଏବଂ ଲଗେଜ ଉପରେ ଶୋଇଯାଉଛନ୍ତି । ଯିଏ ଯେଉଁଠି ଖାଇଲା ସେଇଠି ଶୋଇଯାଉଥିବା ନଜର ଆସୁଛି । ତେବେ ଅହମଦାବାଦ ବିମାନବନ୍ଦରରେ ଆଜି ସକାଳୁ ସକାଳୁ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ଯାତ୍ରୀଙ୍କ ଯନ୍ତ୍ରଣା ଏତେ ବଢି ଯାଇଛି ଯେ ଜଣେ ଯୁବତୀ କାନ୍ଦୁଥିବାର ଦେଖିବାକୁ ମିଳିଛି ।
#WATCH | A passenger, Hridayesh says, "We should remain calm. This is not a joke; there is a genuine problem, and that is why there is such a huge problem at hand. We should cooperate and help so that a solution comes out. At least we should not create more problems..." https://t.co/DFOBY8owS4pic.twitter.com/yegqTsmzb0
— ANI (@ANI) December 6, 2025
ସେପଟେ ପାଟଣା ଏୟାରପୋର୍ଟରେ ଜଣେ ସନ୍ୟାସୀ ବିମାନ ବାତିଲ ହେବା ପରେ ଅସନ୍ତୋଷ ଜାହିର କରିଛନ୍ତି । ଏତେ ବାଟକେମିତି ଯିବୁ ବୋଲି କହିଛନ୍ତି । ବିହାର, କର୍ଣ୍ଣାଟକ, କୋଲକାତା ସହ ଦେଶର ବିଭିନ୍ନ ବିମାନବନ୍ଦରରେ ଏପରି ସମସ୍ୟା ଦେଖା ଦେଇଥିବା ବେଳେ ସମସ୍ୟାର ସମାଧାନ ଦିଗରେ ଧୈର୍ଯ୍ଯ ଧରିବାକୁ ପଡିବ ବୋଲି କିଛି ଯାତ୍ରୀ କହିଛନ୍ତି ।
ଯାତ୍ରୀଙ୍କୁ ଅପିଲ କଲେ ସୋନୁ ସୁଦ୍
ଅନ୍ୟପଟେ ସୋନୁ ସୁଦ ବି ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ସପକ୍ଷରେ ବାହାରି ଯାତ୍ରୀଙ୍କୁ ଅପିଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଛାଡି ସୋନୁ ସୁଦ୍ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ପ୍ରତି ଦୟା ଭାବ ଦେଖାଇବାକୁ ଅନୁରୋଧ କରିଛନ୍ତି । ସୋନୁ ସୁଦ ଆହୁରି କହିଛନ୍ତି- ଇଣ୍ଡିଗୋର ଏହି ବିଭ୍ରାଟ ପାଇଁ ସମସ୍ତେ ସମସ୍ୟା ଭୋଗୁଛନ୍ତି । ମୋର ସମ୍ପର୍କୀୟ ବି ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ । ବିମାନ ବାତିଲ, ରଦ୍ଦ, ବିଳମ୍ବ ପାଇଁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମିଟିଂ ଆଟେଣ୍ଡ କରିପାରୁ ନାହାନ୍ତି, ବାହାଘରରେ ସାମିଲ ହୋଇ ପାରୁନାହାନ୍ତି । କିନ୍ତୁ ଏ ପ୍ରକରଣ ଭିତରେ ସବୁଠାରୁ ବଡ଼ ଦୁଃଖର କଥା ଯେ, ଯେଉଁ ବିମାନ କର୍ମଚାରୀମାନେ ଗ୍ରାଉଣ୍ଡରେ କାମ କରୁଛନ୍ତି । ସେମାନଙ୍କ ପ୍ରତି ଯାତ୍ରୀମାନେ ଚିଲେଇବା, ଗାଳି ଗୁଜ କରିବା ଭଲଲାଗୁନି । ମାନୁଛି ବିରକ୍ତ ଲାଗୁଥିବ, କିନ୍ତୁ ଆପଣ ଥରେ ଭାବନ୍ତୁ ସେମାନେ ବି ଅସହାୟ । ସେମାନେ ଉପରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଆଉ ଆପଣଙ୍କ ପାଖରେ ପହଞ୍ଚାଉଛନ୍ତି ।
"A delayed flight is frustrating, but remember the faces trying to fix it. Please be nice and humble to the IndiGo staff; they are carrying the weight of cancellations too. Let’s support them." @IndiGo6Epic.twitter.com/rd3ciyekcS
— sonu sood (@SonuSood) December 6, 2025
ସୋନୁ ସୁଦ ଆହୁରି କହିଛନ୍ତି- ଯେଉଁମାନେ ସେହି କର୍ମଚାରୀଙ୍କ ସହ ଲଢେଇ ଝଗଡା କଲେ ତାହା ଦୁଃଖର କଥା । ଏମାନେ ସେହି କର୍ମଚାରୀ ଯେଉଁମାନେ ପୂର୍ବରୁ ଆପଣଙ୍କୁ ହସିହସି ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଆମର ଯତ୍ନ ନେଇଛନ୍ତି । ଏବେ ସମୟ ଆସିଛି ସେମାନଙ୍କ ସହ ଛିଡା ହେବାର । ଏହି ସମସ୍ୟା ସେମାନଙ୍କର ନୁହେଁ ଗୋଟେ ବଡ଼ ବ୍ୟବସ୍ଥାର । ସେମାନେ ଅସହାୟ, ସେମାନେ ନିରୁତ୍ତର ସେମାନଙ୍କୁ ଭଲ ବ୍ୟବହାର ଦେଖାନ୍ତୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/06/indigo-crisis-2025-12-06-11-24-26.jpg)