ଆଫଗାନିସ୍ତାନରେ ପୁଣି ବନ୍ୟା ବିପର୍ଯ୍ୟୟ, ୫୦ ମୃତ

ଆଫଗାନିସ୍ତାନରେ ପୁଣି ବନ୍ୟା ବିପର୍ଯ୍ୟୟ, ୫୦ ମୃତ

କାବୁଲ: ଆଫଗାନିସ୍ତାନରେ ପୁଣି ଥରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନର ଗୋର୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନର ଜଣେ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଆଧାରରେ ମୃତକଙ୍କ ସଂଖ୍ୟା ୫୦ ବୋଲି ଜଣାପଡ଼ିଛି । ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ଗୋର୍ ପ୍ରଦେଶର ଗଭର୍ଣ୍ଣରଙ୍କ ମୁଖପାତ୍ର ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ ଆହୁରି କେତେକ ଲୋକ ନିଖୋଜ ଅଛନ୍ତି।

ଅବଦୁଲ ୱାହିଦ ହାମାସ କହିଛନ୍ତି ଯେ ଶୁକ୍ରବାର ବନ୍ୟା ପରେ ରାଜଧାନୀ ଫିରୋଜ କୋହ ସମେତ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଘର ଏବଂ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ହମାସ ଏହା ମଧ୍ୟ ଦର୍ଶାଇଛି ଯେ ବନ୍ୟା ରେ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେବା ସହିତ ପ୍ରଦେଶରେ ବିପୁଳ ଆର୍ଥିକ କ୍ଷତି ହୋଇଛି।

ଏହା ପୂର୍ବରୁ ଗତ ସପ୍ତାହରେ ଆଫଗାନିସ୍ତାନର ଉତ୍ତର ପ୍ରଦେଶ ବାଗଲାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ଜାତିସଂଘ ଖାଦ୍ୟ ଏଜେନ୍ସି କହିଥିଲା ଯେ ଆଫଗାନିସ୍ତାନରେ ଆକସ୍ମିକ ବନ୍ୟାରେ ୩୦୦ରୁ ଅଧିକ ଆଫଗାନିସ୍ତାନ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟାରେ ୧୦୦୦ରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe