ଆସାମରେ ୪ ଦିନ ଧରି ଲଗାଣ ବର୍ଷା: ୧୧ ଜଣଙ୍କ ମୃତ୍ୟୁ

ଚଳିତ ବର୍ଷର ମୌସୁମୀ କାହା ପାଇଁ କେମିତି ? କେଉଁଠି ପ୍ରଚଣ୍ଡ ଖରାରୁ ଆଶ୍ବସ୍ତି ତ ଆଉ କେଉଁଠି ଆଣିଛି ଦୁଃଖ । ସମୟ ପୂର୍ବରୁ ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା  ହେଉଛି ।

ତୁଗ  କ୍ୁଭ ଚଜ

ଗୌହ୍ବାଟୀ: ଚଳିତ ବର୍ଷର ମୌସୁମୀ କାହା ପାଇଁ କେମିତି ? କେଉଁଠି ପ୍ରଚଣ୍ଡ ଖରାରୁ ଆଶ୍ବସ୍ତି ତ ଆଉ କେଉଁଠି ଆଣିଛି ଦୁଃଖ । ସମୟ ପୂର୍ବରୁ ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା  ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି । 

ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି , ଆସିଛି ଜଳ ପ୍ରଳୟ । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ସବୁଠି ପାଣି ।  ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍‌ ସହ ବାୟୁସେନା ଓ ସ୍ଥଳସେନା ନିୟୋଜିତ ଅଛନ୍ତି । 

ବର୍ଷା ସହ ଭୂସ୍ଖଳନ ପାଇଁ ଆସାମରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଇଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପୂର୍ବୋତ୍ତର ରାଜ୍ୟକୁ ମେ ୨୯ ତାରିଖରେ ମୌସୁମୀ ବାୟୁ ସ୍ପର୍ଶ କରିଥିଲା । ୪ ଦିନ ପରେ ବି ମୌସୁମୀ ବାୟୁ ସେଠାରେ ସକ୍ରିୟ ରହିଛି । ପ୍ରଭାବରେ ମଣିପୁର, ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମିଜୋରାମ ଓ ସିକ୍କିମରେ ବର୍ଷା ବିତ୍ପାତ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe