ଲଗାଣ ବର୍ଷା ଫଳରେ ନେପାଳରେ ୪୩ ଜଣଙ୍କ ମୃତ୍ୟୁ

Advertisment
ଲଗାଣ ବର୍ଷା ଫଳରେ ନେପାଳରେ ୪୩ ଜଣଙ୍କ ମୃତ୍ୟୁ

photo-amarujala

କାଠମାଣ୍ଡୁ: ନେପାଳରେ ଲଗାତାର ମୁସଳଧାରାରେ ବର୍ଷା ହେବା ପରେ ବନ୍ୟା ସହ ଭୁସ୍ଖଳନ ସମସ୍ୟା ଉପୁଜିଛି । ଏଠାରେ ବନ୍ୟା ଏବଂ ଭୁସ୍ଖଳନ ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ୨୦ ଜଣ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି ।

publive-image photo-aljazeera.com

ବନ୍ୟା କାରଣରୁ ନେପାଳର ଅଧିକ ସ୍ଥାନ ଜଳମଗ୍ନ ହୋଇରହିଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ।କିଛି ଦିନ ହେଲାଣି ନେପାଳରେ ଏଭଳି ଅବସ୍ଥା ଜାରି ରହିଛି, ଯାହାଦ୍ୱାରା କିଛି ଅଞ୍ଚଳରେ ବନ୍ୟା ଏବଂ ଭୁସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ବନ୍ୟା ପ୍ରପୀଡ଼ିତଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଯାତାୟାତ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇପଡିଛି । ଅନୁମାନ କରାଯାଉଛି ଯେ ୬,୦୦୦ରୁ ଅଧିକ ଲୋକ ପ୍ରକୃତିର ଏହି ତାଣ୍ଡବରେ ଖୁବ୍ ପ୍ରଭାବିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe