ମଧ୍ୟପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ମୃତ

Advertisment
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ଭୋପାଳ: ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଜନିତ ବନ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବନ୍ୟା ଯୋଗୁଁ ୧୪ ଜଣଙ୍କର ପ୍ରାଣହାନି ହୋଇଛି। ସ୍ଥଳ ସେନା, ବାୟୁସେନା, ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ଦ୍ବାରା ପ୍ରାୟ ୧୧ ହଜାର ଜଣଙ୍କୁ ଉଦ୍ଧାର କରି ଅସ୍ଥ‌‌ାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫୭ ଜଣଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଥିଲା। ମାତ୍ର ୪ ଘଣ୍ଟାରେ ସେହୋର ଜିଲ୍ଲା ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ୧୯୩ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ବିଭିନ୍ନ ଜିଲ୍ଲାରେ ୧୦ ଜଣ ବନ୍ୟା ଜଳରେ ଭାସି ଯାଇ ପ୍ରାଣ ହରାଇଛନ୍ତି। ଅନ୍ୟ ପକ୍ଷେ ଘର ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି। ୮୦୦ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିବାବେଳେ ୮ ହଜାର ଘର ଆଂଶିକ ଭାଙ୍ଗି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe