ତ୍ରିପୁରାରେ ବନ୍ୟା,୧୦ ମୃତ

Advertisment
ତ୍ରିପୁରାରେ ବନ୍ୟା,୧୦ ମୃତ

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୋମତୀ ନଦୀ ଜଳସ୍ତର ବଢ଼ି ଆକସ୍ମିକ ବନ୍ୟା ଆସିଥିଲା ଏବଂ ବିଭିନ୍ନ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଦକ୍ଷିଣ ତ୍ରିପୁରା, ଗୋମତୀ ଏବଂ ଖୋୱାଇ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ‌ଲୋକ ନିଖୋଜ ଅଛନ୍ତି। ୮ଟି ଜିଲ୍ଲାର ୬,୬୦୦ ପରିବାରର ୩୪ ହଜାରରୁ ଅଧିକ ଲୋକ ବିଭିନ୍ନ ଶିବିରରେ ଆଶ୍ରୟ ନେଇଛନ୍ତି। ୧ହଜାରରୁ ଅଧିକ ଘର ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଛି।

ଅନେକ ଲୋକ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟର ବନ୍ୟା ସ୍ଥିତି ନେଇ ଅବଗତ କରିଛନ୍ତି। ରାଜ୍ୟରେ ଅତିରିକ୍ତ ଏନଡିଆରଏଫ୍‌ ମୁତୟନ ପାଇଁ ସେ କହିଛନ୍ତି। ଲଗାଣ ବର୍ଷା ପାଇଁ ତ୍ରିପୁରାରେ ୧୦ଟି ଲୋକାଲ ଟ୍ରେନ୍‌ ବାତିଲ ହୋଇଛି। ବର୍ଷା ଏବଂ ବନ୍ୟା ସ୍ଥିତି ପାଇଁ ରାଜ୍ୟ ସରକାର ଗୁରୁବାର ଏବଂ ଶୁକ୍ରବାର ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଣିକ ଶାହ ଆଜି ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe