ଚୀନ୍‌ର ଜେଙ୍ଗ୍‌ଝାଉରେ ବନ୍ୟା, ୨୫ ମୃତ

ଚୀନ୍‌ର ଜେଙ୍ଗ୍‌ଝାଉରେ ବନ୍ୟା, ୨୫ ମୃତ

NDTV

ହେନାନ୍: ଚୀନ୍‌ର ହେନାନ୍‌ ପ୍ରଦେଶ ଅନ୍ତର୍ଗତ ଜେଙ୍ଗ୍‌ଝାଉ ସହରରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ବିଭୀଷିକା ସୃଷ୍ଟି କରିଛି । ମାତ୍ର ଗୋଟିଏ ଘଣ୍ଟାରେ ୨୦୧.୯ ମିମି ବର୍ଷା ଯୋଗୁଁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା ଓ ବନ୍ୟା ବିପର୍ଯ୍ୟାୟରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ହାଇ ଆଲର୍ଟ ଜାରି କରିଛନ୍ତି। ଜୁଲାଇ ୨୧ ସକାଳ ୭ଟା ସୁଦ୍ଧା ଯୁଦ୍ଧସ୍ତରରେ ପ୍ରାୟ ୨୦୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଚାନକ ଆସିଥିବା ବନ୍ୟା ଯୋଗୁଁ ୩୬,୦୦୦ ସହରବାସୀ ପ୍ରଭାବିତ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ଗମନାଗମନ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି ଏବଂ ବିଭିନ୍ନ ଅଂଚଳରେ ବସ୍‌ ଚଳାଚଳ ବନ୍ଦ ରହିଛି । ମେଟ୍ରୋ ସେବା ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି। ଗତକାଲିଠାରୁ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଫସି ରହିଥିବାବେଳେ ବନ୍ୟା ଜଳ କମିଲେ ହିଁ ସେମାନଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବା ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି । ସହରର ୭,୦୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଏକ ବଡ ଡାକ୍ତରଖାନାରେ ବିଦ୍ୟୁତ ସଂଯୋଗ ସମ୍ପୂର୍ଣ ଭାବେ ବିଚ୍ଛିର୍ଣ୍ଣ ହୋଇଥିବାରୁ ରୋଗୀ ସେବାରେ ଜଟିଳତା ସୃଷ୍ଟି ହୋଇଛି । ଜେଂଗ୍‌ଝାଉର ଏକ ହସ୍ପିଟାଲରେ ପ୍ରାୟ ୬୦୦ରୁ ଅଧିକ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସମସ୍ୟା ଦେଖା ଯାଇଥିଲା। ହେନାନର ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଥିବାରୁ ଲୋକେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହେନାନର ବନ୍ୟା ପରିସ୍ଥିତିକୁ ଅତି ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। ଜିନପିଙ୍ଗ କହିଛନ୍ତି, ‘କେତେକ ନଦୀ ବିପଦ ସଙ୍କେତ ଅତିକ୍ରମ କରିଥିବା ସହ ଡ୍ୟାମ୍ ମଧ୍ୟ ଭାଙ୍ଗି ଯାଇଛି’। ହେନାନ୍ ଚୀନ୍‌ର ଏକ ପ୍ରମୁଖ ବ୍ୟବସାୟିକ ଓ ପରିବହନ କେନ୍ଦ୍ର । ଏହି ସହର ଏକ ସାଂସ୍କୃତିକ ଓ ପର୍ଯ୍ୟଟନସ୍ଥଳ ଭାବେ ମଧ୍ୟ ବେଶ୍‌ ପରିଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe