ବାତିଲ ହେଲା ‘ଫ୍ଲୋର୍‌ ଟେଷ୍ଟ୍‌’, ଆସନ୍ତାକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ‌ଭାବେ ଶପଥ ନେଇ ପାରନ୍ତି ଫଡ଼ନବୀସ

Advertisment
ବାତିଲ ହେଲା ‘ଫ୍ଲୋର୍‌ ଟେଷ୍ଟ୍‌’, ଆସନ୍ତାକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ‌ଭାବେ ଶପଥ ନେଇ ପାରନ୍ତି ଫଡ଼ନବୀସ

Image Courtesy of NDTV

ମୁମ୍ବାଇ: ବୁଧବାର ରାତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବା ପରେ ଆଜି ସକାଳେ ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ ବାତିଲ କରାଯାଇଛି।

ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି ଯେ, ଆଗାମୀକାଲି ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀସ ଶପଥ ଗ୍ରହଣ କରିପାରନ୍ତି। ବିଜେପି ସହିତ ମିଶି ସରକାର ଗଠନ କରିବାକୁ ଆଗ୍ରହୀ ଥିବା ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିଦ୍ରୋହୀ ସେନା ବିଧାୟକ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ଉପସ୍ଥିତ ରହି‌ବେ।

ଏହା ବ୍ୟତିରେକେ, ୧୨ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ। ୩ ଜଣ ସ୍ବାଧୀନ ଏବଂ ‘ପ୍ରହାର’ ଭଳି ଛୋଟ ଦଳର ବିଧାୟକଙ୍କୁ ପରେ ‘ବିଜେପି’ ଅଥବା ‘ସିନ୍ଦେ’ କ୍ବୋଟାରେ ପଦବୀ ମିଳିପାରେ।

publive-image Image Courtesy of The New Indian Express

ତେଣେ, ଆଜି ପୂର୍ବାହ୍ନ ୧୦ଟାରୁ ଗୋଆସ୍ଥିତ ହୋଟେଲ ତାଜ୍‌ରେ ଶିବସେନ‌ାର ବିଦ୍ରୋହୀ ବିଧାୟକମାନଙ୍କୁ ନେଇ ବୈଠକ ଆରମ୍ଭ ହୋଇଛି । ସେହିପରି, ଶିବସେନା ବିଦ୍ରୋହୀ ଗୋଷ୍ଠୀଙ୍କ ସହ ମେଣ୍ଟ କରିବା ଆଗରୁ ପୂର୍ବାହ୍ନ ୧୧ଟାରେ ବିଜେପିର କୋର୍‌ କମିଟି ବୈଠକ ହୋଇଛି। ‘ଏନ୍‌ସିପି’ ବୈଠକରେ ଯୋଗ ଦେବା ଲାଗି ମଧ୍ୟ ଶରଦ ପାୱାର୍‌ ‘ୱାଇବି ଚଭନ୍ ସେଣ୍ଟର୍‌’କୁ ଯାଇଛନ୍ତି।

ମହାରାଷ୍ଟ୍ରରେ ନୂଆ ସରକାର ଗଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟସଭା ସାଂସଦ ମହେଶ ଜେଠମାଳିନୀ ଟୁଇଟ୍‌ କରି ‌କହିଛନ୍ତି, ଅବଶେଷରେ ଭୋଟ୍‌ ଦେଇଥିବା ସରକାରକୁ ପାଇଲା ମହାରାଷ୍ଟ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe