ମଦ୍ୟପ ଗାଡ଼ି ଚାଳକଙ୍କ ଗାଡ଼ି ଅଟକାଇ ନିଜ ଗାଡ଼ିରେ ବସାଇଲା ପୁଲିସ୍‌, ପୁଲିସ୍‌ ଗାଡ଼ି ଭିତରେ ବି ଘନିଷ୍ଠ ହେଲେ ପ୍ରେମୀଯୁଗଳ

ମଦ୍ୟପ ଗାଡ଼ି ଚାଳକଙ୍କ ଗାଡ଼ି ଅଟକାଇ ନିଜ ଗାଡ଼ିରେ ବସାଇଲା ପୁଲିସ୍‌, ପୁଲିସ୍‌ ଗାଡ଼ି ଭିତରେ ବି ଘନିଷ୍ଠ ହେଲେ ପ୍ରେମୀଯୁଗଳ

Photo Credit: Getty Images

ନୂଆଦିଲ୍ଲୀ: ଫ୍ଲେରିଡାର ଜଣେ ମଧ୍ୟପ ବାଇକ୍‌ ଚାଳକ ଓ ତାଙ୍କ ସାଥିରେ ଥିବା ମହିଳାଙ୍କୁ ପୁଲିସ୍‌ ଧରି ନେଇ ନିଜ ଗାଡ଼ିରେ ବସାଇବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି।  ୩୧ ବର୍ଷିଅ ଯୁବକ ଆରୋନ ଥୋମାସ ଓ ୩୫ ବର୍ଷୀୟା ଯୁବତୀ ମେଘନ ମୋଣ୍ଡାନାରୋ ମଦପାନ କରି ଗାଡ଼ି ଚଳାଉଥିବାରୁ ପୁଲିସ୍‌ ଏହି ଯୋଡ଼ିଙ୍କୁ ଧରି ଗିରଫ କରିଥିଲା।

ପୁଲିସ୍‌ ଗିରଫ ରିପୋର୍ଟରେ ଦେଖିବାକୁ ମିଳିଛି ଯେ ସେ ଦୁହେଁ ସେମାନଙ୍କ ଗାଡ଼ିର ଲାଇଟ୍‌ ବନ୍ଦ କରି ଗାଡ଼ି ଚଳାଉଥିଲେ। ପୁଲିସ୍‌ ଥୋମାସଙ୍କ ବାଇକ୍‌ ଆଗରେ ନିଜ ଗାଡ଼ି ରଖିଥିଲା। ସେମାନଙ୍କୁ ସେଠାରୁ ଧରି ନେଇ ନିଜ ଜିପ୍‌ରେ ବସାଇଥିଲା। କାର୍‌ର ପଛ ସିଟ୍‌ରେ ବସିଥିଲେ ଥୋମାସ ଓ ମେଘନ।

କିଛି ବାଟ ଯିବା ପରେ ପୁଲିସ୍‌ ଜଣକ ନିଜ କାର୍‌ ବାହାରକୁ ଯାଇ ଫେରିକି ଦେଖନ୍ତି ତ ଥୋମାସ ଆଉ ମେଘନ ସେମାନଙ୍କ କପଡ଼ା ଖୋଲି ପରସ୍ପର ସହ ଶାରୀରିକ ସଂପର୍କ ରଖିବାରେ ବ୍ୟସ୍ତ। ପୁଲିସ୍‌ ସେମାନଙ୍କୁ ଅଟକାଇ ଥୋମାସକୁ ବାହାରକୁ ବାହାରି କରି ଦେବା ପରେ ଥୋମାସ ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe