ଫ୍ଲୋରିଡ଼ା ସ୍କୁଲ୍‌ ହତ୍ୟାକାଣ୍ଡ: ପୂର୍ବତନ ଛାତ୍ରଙ୍କ ଗୁଳିଚୋଟରେ ୧୭ ନିହତ

Advertisment
ଫ୍ଲୋରିଡ଼ା ସ୍କୁଲ୍‌ ହତ୍ୟାକାଣ୍ଡ: ପୂର୍ବତନ ଛାତ୍ରଙ୍କ ଗୁଳିଚୋଟରେ ୧୭ ନିହତ

Image Courtesy of Scroll.in

ପାର୍କଲାଣ୍ଡ୍‌: ବୁଧବାର ଦିନ ଫ୍ଲୋରିଡା ହାଇସ୍କୁଲ୍‌ରେ ଜଣେ ୧୯ ବର୍ଷିୟ ଯୁବକ ଗୁଳି ୧୭ ଜଣଙ୍କୁ ହତ୍ୟା କରିଛନ୍ତି। ସେ ଯୁବକ ଉକ୍ତ ହାଇସ୍କୁଲର ପୂର୍ବତନ ଛାତ୍ର ଏବଂ କୌଣସି କାରଣରୁ ସ୍କୁଲ୍‌ରୁ ବିତାଡ଼ିତ ହୋଇଥିଲେ। ପୁଲିସ ତାଙ୍କୁ ଗିରଫ କରିଥିବା କଥା ଜଣାପଡ଼ିଛି।

ସେ ବନ୍ଧୁକଧାରୀ ଯୁବକ ହେଉଛନ୍ତି ନିକୋଲାସ୍‌ କ୍ରୁଜ୍‌। କୌଣସି ଏକ ଶୃଙ୍ଖଳାଭଙ୍ଗ ଜନିତ କାରଣରୁ ତାଙ୍କୁ ସ୍କୁଲ୍‌ରୁ ବାହାର କରି ଦିଆଯାଇଥିଲା ବୋଲି ବ୍ରୋଓ୍ଵାର୍ଡ କାଉଣ୍ଟି ଶେରିଫ୍‌ ସ୍କଟ୍‌ ଇସ୍ରାଲ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି। ଘଟଣା ଦୁଃଖଦାୟକ, କହିବାକୁ ଭାଷା ନାହିଁ।

ବ୍ରୋଡ୍‌ଓ୍ଵାର୍ଡ କାଉଣ୍ଟି ସ୍କୁଲ୍‌ସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ରବର୍ଟ ରନ୍‌ସି ସମ୍ବାଦିକମାନଙ୍କୁ କହିଛନ୍ତି ଯେ ଏଇଟା ବଡ଼ ଭୟଙ୍କର ପରିସ୍ଥିତି।

ବିନା କୌଣସି ପ୍ରତିବାଦରେ ବନ୍ଧୁକଧାରୀଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହି ଗୁଳିକାଣ୍ଡରେ ୧୨ ଜଣ ସ୍କୁଲ୍‌ ଗୃହ ମଧ୍ୟରେ ନିହତ ହୋଇଥିବା ବେଳେ ଦୁଇ ଜଣ ଗୃହ ବାହାରେ ମରିଛନ୍ତି। ଆଉ ଜଣେ ରାସ୍ତାରେ ଏବଂ ଆହୁରି ଦୁଇ ଜଣ ଡାକ୍ତରଖାନାରେ ମରିଛନ୍ତି। ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଉଭୟ ଛାତ୍ର ଏବଂ ବୟସ୍କ ବ୍ୟକ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe