ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ଅମୃତ ସ୍ନାନ: ତ୍ରିବେଣୀ ସଂଗମରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

mahakumba

Photograph: (SAMBAD.IN)

ପ୍ରୟାଗରାଜ: ମହାକୁମ୍ଭରେ ପୁଣି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ ଭକ୍ତଙ୍କ ସମାଗମ ହୋଇଛି । ତୃତୀୟ ଥର ପାଇଁ ଏହି ଅମୃତ ସ୍ନାନ ପାଇଁ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିବା ବେଳେ ପ୍ରୟାଗରାଜରେ ପୁନଶ୍ଚ ଅମୃତ ବୁଡ ପକାଉଥିବା ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା କରାଯାଉଛି । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଏହି ପୁଷ୍ପ ବୃଷ୍ଟି କରାଯାଉଛି ।

ତେବେ ଗତ ମୌନୀ ଅମାବାସ୍ୟା ବେଳେ ହୋଇଥିବା ଭିଡ ଏବଂ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆଉ ଏହି ଘଟଣା ପରେ ଚେତିଛି ପ୍ରଶାସନ । ଭିଡ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଫୋର୍ସ ଗଠନ କରାଯାଇ ଭିଡ ନିୟନ୍ତ୍ରଣ କରାଯାଉଛି ।

ଗତ ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ ଗୋଟିଏ ଦିନରେ ପ୍ରାୟ ୧୦ କୋଟିରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ଯେଉଁଥିପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଆଉ ଏବେ ବସନ୍ତ ପଞ୍ଚମୀ ଅବସରରେ ପବିତ୍ର ସଂଗମରେ ଚାଲିଛି ପବିତ୍ର ସ୍ନାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe