ନିଆରା ଉଦାହରଣ : ଫୁଲ ପକାଇ, ଢୋଲ ବଜାଇ ଓ ଉତ୍ତରୀୟ ଦେଇ ଭୋଟର୍‌ଙ୍କୁ ସ୍ୱାଗତ

Advertisment
ନିଆରା ଉଦାହରଣ : ଫୁଲ ପକାଇ, ଢୋଲ ବଜାଇ ଓ ଉତ୍ତରୀୟ ଦେଇ ଭୋଟର୍‌ଙ୍କୁ ସ୍ୱାଗତ

Image Courtesy of India Today

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରୌତ୍‌ ଅନ୍ତର୍ଗତ ୧୨୬ ନମ୍ବର ବୁଥ୍‌ରେ ଫୁଲ ପାଖୁଡ଼ା ବୃଷ୍ଟି କରି ଓ ଢୋଲ ବଜାଇ ଭୋଟର୍‌ମାନଙ୍କୁ ସ୍ୱାଗତ କରାଯାଇଛି।

ସିକିମ୍‌ର ଗୋଟାଏ ବୁଥ୍‌ରେ ଭୋଟର୍‌ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଉଛି।

publive-image

ଭାରତରେ ସାଧାରଣ ନିର୍ବାଚନ ଅବସରରେ ଗୁଗଲ୍‌ ମଧ୍ୟ କାଳିଲଗା ଆଙ୍ଗୁଠି ଥିବା ଡୁଡ୍‌ଲ୍‌ଟିଏ କରିଛି। ଏହି ଆଙ୍ଗୁଠି ଉପରେ କ୍ଲିକ୍‌ କଲେ ବ୍ୟବହାରକାରୀମାନଙ୍କ ପାଇଁ ପେଜ୍‌ଟିଏ ଖୋଲେ ଯେଉଁଥିରେ ଭୋଟ୍‌ ପ୍ରଣାଳୀ ବିଷୟରେ ବୁଝାଇ ଦିଆଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟରମାନଙ୍କୁ ନିବେଦନ କରି କହିଛନ୍ତି: ଆଜି ଗଣତନ୍ତ୍ର ମହାକୁମ୍ଭର ଶୁଭାରମ୍ଭ ହେଉଛି। ଆପଣ ଯେମିତି ସାଂସ୍କୃତିକ ମହାକୁମ୍ଭରେ ବହୁସଂଖ୍ୟାରେ ଭାଗ ନେଉଛନ୍ତି ସେମିତି ହିଁ ଏଇ ମହାକୁମ୍ଭରେ ନିଶ୍ଚୟ ବୁଡ଼ ପକାଇ ନୂତନ ଭାରତ ନିର୍ମାଣ ଲାଗି ଆପଣଙ୍କ ସହଯୋଗ ନିଶ୍ଚିତ କରନ୍ତୁ। ମୋର ନିବେଦନ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ।

ସବୁ କାମ ପଛକୁ ରଖି ପ୍ରଥମେ ଭୋଟ୍‌ ଦିଅନ୍ତୁ।

ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଫାରସଗାଓଁ ଠାରେ ଗୋଟାଏ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ସେଠାରେ ଭୋଟ୍‌ ବର୍ଜନ କରିବାକୁ ପୂର୍ବରୁ ନକ୍ସଲ୍‌ମାନେ ଆହ୍ଵାନ ଦେଇଥିଲେ।

ଉତ୍ତରାଖଣ୍ଡର ଡେରାଡୁନ୍‌, ଉତ୍ତରପ୍ରଦେଶର ବିଞ୍ଜୋର୍‌ ଏବଂ ବାଗାପତ ଏବଂ ବିହାରର ଜାମୁଇ ଠାରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe