ଆମେରିକାରେ ଉଡ଼ାଣ ଠପ୍‌: କମ୍ପ୍ୟୁଟର ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ପ୍ରଭାବିତ

‘ସାଇବର ଆକ୍ରମଣ’ ଆଶଙ୍କାକୁ ଖଣ୍ଡନ

ଆମେରିକାରେ ଉଡ଼ାଣ ଠପ୍‌: କମ୍ପ୍ୟୁଟର ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ପ୍ରଭାବିତ

ୱାସିଂଟନ: ଆମେରିକାରେ ବିଭିନ୍ନ ଏୟାରପୋର୍ଟ ଏବଂ ଟ୍ରାଫିକ୍‌ କଣ୍ଟ୍ରୋଲ କମ୍ପ୍ୟୁଟର ବ୍ୟବସ୍ଥାରେ ଅଚାନକ ବଡ଼ ତ୍ରୁଟି ଦେଖାଦେବା ପରେ ପୂରା ଦେଶରେ ସମସ୍ତ ବିମାନ ଉଡ଼ାଣ ବନ୍ଦ ରହିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦେଶରେ କୌଣସି ବିମାନ ଉଡ଼ିପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏହି ସମସ୍ୟା ପାଇଁ ମୋଟ ୧୨୦୦ଟି ବିମାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏଥିରୁ ଅଧିକାଂଶ ବିମାନର ଉଡ଼ାଣ ରଦ୍ଦ ହୋଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି ବିମାନବନ୍ଦରରୁ ଉଡ଼ାଣ ନ କରିବା ପାଇଁ କୁହାଯାଇଛି। ତେବେ କମ୍ପ୍ୟୁଟର ବ୍ୟବସ୍ଥାରେ ଏଭଳି ବଡ଼ ତ୍ରୁଟି ପଛରେ ସାଇବର ଆକ୍ରମଣ ରହିଥିବା ଆଶଙ୍କା କରାଯାଉଥିବା ବେଳେ ଆମେରିକା ପ୍ରଶାସନ ଏହାକୁ ଖଣ୍ଡନ କରିଛି। ଏ ପର୍ଯ୍ୟନ୍ତ ସାଇବର ଆକ୍ରମଣ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି।

ଆମେରିକାର ସଂଘୀୟ ବିମାନ ଚଳାଚଳ ପ୍ରଶାସନ (ଏଫ୍‌ଏଏ) ସୂତ୍ରରୁ ଜଣାପଡ଼ିଛି ଯେ କମ୍ପ୍ୟୁଟରରେ ‘ନୋଟିସ୍‌ ଟୁ ଏୟାର ମିସନ୍‌’ ବ୍ୟବସ୍ଥା ଅଚଳ ହୋଇଛି ଏବଂ ବୈଷୟିକ ତ୍ରୁଟିକୁ ତତ୍କାଳ ସୁଧାରିବା‌ ସମ୍ଭବ ନହେବାରୁ ଦେଶବ୍ୟାପୀ ଉଡ଼ାଣ ପ୍ରଭାବିତ ହୋଇଛି। ବିମାନ ବନ୍ଦର ଏବଂ ଏୟାର ଟ୍ରାଫିକ୍‌ କଂଟ୍ରୋଲ (ଏଟିସି) ମଧ୍ୟରେ ତଥ୍ୟ ବିନିମୟରେ ବଡ଼ ସମସ୍ୟା ଦେଖାଦେଇଥିବାରୁ ଏହି ତ୍ରୁଟି ସୁଧାରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ନେସ୍‌ନାଲ ଫ୍ଲାଏ ଜୋନ୍‌ ବ୍ୟବସ୍ଥାର ଅପରେସନ କଣ୍ଟ୍ରୋଲ ବିଫଳ ହେବା ଏକ ବିରଳ ଘଟଣା ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe