ମୁମ୍ବାଇରେ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିଲା, ୧୪ ଆହତ

Advertisment
ମୁମ୍ବାଇରେ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିଲା, ୧୪ ଆହତ

ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଏମ୍‌ଟିଏନ୍‌ଏଲ୍‌ ଜଙ୍କସନ୍‌ରେ ନିର୍ମାଣାଧୀନ ଫ୍ଲାଏଓଭରର କିଛି ଅଂଶ ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ୧୪ ଜଣ ଶ୍ରମିକ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିଲେ ପାର୍ଲେସ୍ଥିତ ବି ଏନ୍‌ ଦେଶାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଶାନ୍ତାକ୍ରୁଜ୍‌-ଚେମ୍ବୁର ଲିଙ୍କ ରୋଡ୍‌ରେ ନିର୍ମାଣାଧୀନ ଏହି ଫ୍ଲାଏଓଭରର କିଛି ଅଂଶ ଆଜି ଭୋର୍‌ ୪.୪୦ରେ ଭୁଶୁଡ଼ିଥିଲା। ଏହି ସମୟରେ ସେଠାରେ କିଛି ଶ୍ରମିକ କାର୍ଯ୍ୟରତ ଥିଲେ। ଖବର ପାଇ ତୁରନ୍ତ ପୁଲିସ, ଦମକଳ ବାହିନୀ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe