(Photo Credits: PTI)
ନୂଆଦିଲ୍ଳୀ: ପିଆଜ ଦର ବୃଦ୍ଧି ପଛର କାରଣ ପୂର୍ବରୁ ଅନେକ ଲୋକ ଅନେକ କଥା କହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷା ଓ ବନ୍ୟାକୁ ପିଆଜ ଅଭାବ ଓ ଦର ବୃଦ୍ଧିର କାରଣ ବୋଲି କହିଛନ୍ତି। ସେ କହିଛନ୍ତି କି କେନ୍ଦ୍ର ସରକାର ବହୁଳ ପରିମାଣ ପିଆଜ ଆମଦାନୀ କରି ଗ୍ରାହକଙ୍କ ସମସ୍ୟା ଦୂର କରିବା ପାଇଁ ଚିନ୍ତା କରୁଛନ୍ତି।
ପିଆଜ ଖୁବ୍ ଶୀଘ୍ର ପଚି ଯାଉଥିବା ଭଳି ଏକ ଦ୍ରବ୍ୟ ହୋଇଥିବା କାରଣରୁ ଅଦିନିଆ ବର୍ଷା ଓ ବନ୍ୟା ପିଆଜ ଅଭାବର ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ଅନେକ ସ୍ଥାନରେ ପିଆଜ ଦର କମିବା ଆରମ୍ଭ ହେଲାଣି। ଆଉ ମାତ୍ର କିଛି ଦିନ ପରେ ପିଆଜ ଦର ସ୍ବାଭାବିକ ହେବ। ଅର୍ଥମନ୍ତ୍ରୀ ସୀତାରରମଣ ଏହି ବିବୃତି ଦେଇ ଲୋକଙ୍କୁ ଆଶ୍ବସ୍ତ କରାଇବା ପ୍ରୟାସ କରିଛନ୍ତି।
Follow Us