‘ଆଧାର’ କାର୍ଡରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରିହେବ

Advertisment
‘ଆଧାର’ କାର୍ଡରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରିହେବ

ନୂଆଦିଲ୍ଲୀ: ‘ଆଧାର’ କାର୍ଡରେ ମଧ୍ୟ ଆୟକର ରିଟର୍ଣ୍ଣ ଫାଇଲ କରି ହେବ ବୋଲି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେ କହିଲେ କି, ଉଭୟ ପାନ୍‌ ଏବଂ ଆଧାର ଯେ କୌଣସି ଗୋଟିକୁ ବ୍ୟବହାର କରି ଆୟକର ରିଟର୍ଣ୍ଣ ଫାଇଲ କରି ହେବ।

ଯେଉଁ ସବୁ ସ୍ଥାନରେ ଜଣକୁ ପାନ୍‌ ନମ୍ବର ଉଲ୍ଲେଖ କରିବାକୁ ପଡୁଛି ସେଥିରେ ଜଣେ ଆଧାର ନମ୍ବର ଉଲ୍ଲେଖ କରିପାରିବେ, ଆଧାର ଜରିଆରେ ଆୟକର ମଧ୍ୟ ରିଟର୍ଣ୍ଣ ଫାଇଲ୍‌ କରି ପାରିବେ।

ବ୍ୟବସାୟରେ ନଗଦ ଟଙ୍କା କାରବାରକୁ ନିରୁତ୍ସାହ କରିବାକୁ ବ୍ୟାଙ୍କ୍‌ ଆକାଉଣ୍ଟରୁ ବର୍ଷକୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଉଥିବା ଜମାକାରୀଙ୍କୁ ୨% ଟିଡିଏସ୍‌ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe