ଜନସ୍ବାସ୍ଥ୍ୟ ଓ ଆର୍ଥିକ ସ୍ବାସ୍ଥ୍ୟ ଉପରେ ସମାନ ଧ୍ୟାନ ଦିଆଯାଇଛି: ପ୍ରଧାନମନ୍ତ୍ରୀ ମୋଦୀ

ଟିକସ ବ୍ୟବସ୍ଥାରେ ବଡ ସଂସ୍କରଣ: କିଏ ଯାଞ୍ଚ କରିବ, କାହାର ଯାଞ୍ଚ ହେବ କେହି ଜାଣିପାରିବେନି

Image Courtesy of Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଏକ ଭର୍ଚ୍ୟୁଆଲ୍ ସମ୍ମିଳନୀରେ କହିଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ଆସିଥିବା ବିଷାଦଭାବ ହଟାଇ ଅର୍ଥନୀତିକୁ ଗଭୀର ନିଦ୍ରାରୁ ଉଠାଇବା ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ଲକ୍‌ଡାଉନ୍‌ କଟକଣା କୋହଳ କରିଥିଲେ।

ଇଂଲଣ୍ଡ୍‌ରେ ଆୟୋଜିତ ଏହି ଭର୍ଚ୍ୟୁଆଲ୍ କନ୍‌ଫରେନ୍‌ସ୍‌ ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ର ଉଦ୍‌ଘାଟନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗୋଟିଏ ପକ୍ଷରେ ଭାରତ ବୈଶ୍ବିକ ମହାମାରୀ ବିରୋଧରେ କଠିନ ସଂଘର୍ଷ କରୁଛି। ଜନସ୍ବାସ୍ଥ୍ୟ ଉପରେ ଯେତିକି ଧ୍ୟାନ ବଢ଼ାଉଛୁ ଅର୍ଥନୈତିକ ସ୍ବାସ୍ଥ୍ୟ ଉପରେ ବି ସେତିକି ଧ୍ୟାନ ଦେଉଛୁ।

‘ବି ଦ ରିଭାଇଭାଲ୍: ଇଣ୍ଡିଆ ଆଣ୍ଡ୍ ବେଟର୍ ନିଉ ୱାର୍ଲଡ୍’ ଥିମ୍ ଥିବା ଏହି କାର୍ଯ୍ୟକ୍ରମରେ ୩୦ ଦେଶରୁ ୫୦୦୦ ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ୭୫ଟି ଅଧିବେଶନରେ ବିଶ୍ବର ୨୫୦ ଜଣ ବକ୍ତା ଉଦ୍‌ବୋଧନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe