ଛୋଟ ଛୋଟ ଦେଶମାନଙ୍କୁ ପ୍ରତିରକ୍ଷା ଉପକରଣ ଯୋଗାଇ ଦେବା ଉପରେ ଧ୍ୟାନ ଦିଆଯିବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଛୋଟ ଛୋଟ ଦେଶମାନଙ୍କୁ ପ୍ରତିରକ୍ଷା ଉପକରଣ ଯୋଗାଇ ଦେବା ଉପରେ ଧ୍ୟାନ ଦିଆଯିବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ଅପେକ୍ଷାକୃତ କ୍ଷୁଦ୍ର ଆର୍ଥିକ ସ୍ଥିତି ଥିବା ତୃତୀୟ ବିଶ୍ୱର ଦେଶମାନଙ୍କର ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବା ଲାଗି ଭାରତ ତା’ର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଆଜି ଏକ େଓ୍ଵବିନର୍‌ରେ ଉଦ୍‌ବୋଧନ ଦେଇ କହିଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ଥିବା ବଜେଟ୍‌ ବ୍ୟବସ୍ଥାର ଫଳପ୍ରଦ ଉପଯୋଗ ସଂକ୍ରାନ୍ତ ଏହି େଓ୍ଵବିନର୍‌ରେ ପ୍ରଧାନମନ୍ତ୍ରୀ କହିଲେ, ବିଶ୍ୱ ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନରୁ ଜଣାପଡୁଛି ଯେ, ଛୋଟ ଛୋଟ ରାଷ୍ଟ୍ର ସବୁ ସେମାନଙ୍କର ପ୍ରତିରକ୍ଷା ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଛନ୍ତି। ପ୍ରତିରକ୍ଷା ହେଉଛି ସମ୍ପୃକ୍ତ ଦେଶମାନଙ୍କର ପ୍ରମୁଖ ଚିନ୍ତାଗୁଡ଼ିକରେ ଅନ୍ୟତମ ଚିନ୍ତା। ପ୍ରତିରକ୍ଷା ସାମର୍ଥ୍ୟ ସୁଦୃଢ଼ କରିବା ଲାଗି ଉକ୍ତ ଦେଶ ସବୁ ଭାରତର ସାହାଯ୍ୟ ଲୋଡ଼ିବା ସ୍ୱାଭାବିକ କଥା।

publive-image Image Courtesy of Bloomberg

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ସ୍ୱଳ୍ପ ମୂଲ୍ୟରେ ସାମଗ୍ରୀ ନିର୍ମାଣ କରିବା ସାମର୍ଥ୍ୟ ଆମର ଅଛି। ଉତ୍ତମ ମାନର ସାମଗ୍ରୀ ଯୋଗାଇ ଦେବାରେ ମଧ୍ୟ ଆମେ ସମର୍ଥ। ବଢ଼ି ଚାଲିଥିବା ଆମର ପ୍ରତିରକ୍ଷା କ୍ଷେତ୍ର ମାଧ୍ୟମରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଆମର ପ୍ରତିରକ୍ଷା ଉପକରଣ ଉତ୍ପାଦନ ସାମର୍ଥ୍ୟରେ ଉକ୍ତ ଦେଶମାନଙ୍କୁ ସହାୟତା କରିବାର ସୁଯୋଗ ରହିଛି।

ସମ୍ପ୍ରତି ଭାରତ ୪୦ରୁ ଅଧିକ ଦେଶମାନଙ୍କ ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ, ସବୁଠୁ ବଡ଼ ପ୍ରତିରକ୍ଷା ରପ୍ତାନିକାରୀ ହେବା ଲାଗି ଭାରତ ଧ୍ୟାନ ଦେବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି।

ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେବା ଲାଗି କମ୍ପାନି ଏବଂ ‘ଏମ୍‌ଏସ୍‌ଏମ୍‌ଇ’ କଠିନ ପରିଶ୍ରମ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe