ପାଟନା: ଝାଡ଼ଖଣ୍ଡର ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଣ୍ଡାଦେଶର ଶୁଣାଣି ଶୁକ୍ରବାର ହୋଇ ପାରିନାହିଁ। ସ୍ୱତନ୍ତ୍ର ସିବିଆଇ କୋର୍ଟ ଶନିବାର ଅପରାହ୍ନ ୨ଟାରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଏହି ଶୁଣାଣି ଭିଡିଓ କନଫେରେନସିଂ ମାଧ୍ୟମରେ କରାଯିବ।
ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଳ ସିଂହଙ୍କ ଅଦାଲତରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୬ ଲୋକଙ୍କ ଦଣ୍ଡ ହେବାର ଥିଲା। ଅଦାଲତ ଆରମ୍ଭ ହେବା ପରେ ଏହା ଶୁକ୍ରବାର ଅପରାହ୍ନ ୨ଟାକୁ ଘୁଞ୍ଚାଇ ଦିଅାଯାଇଥିଲା। ମାତ୍ର ଶନିବାର ମଧ୍ୟ ଦଣ୍ଡାଦେଶର ଶୁଣାଣି ହୋଇନାହିଁ। ତେବେ ଲାଲୁଙ୍କ ଓକିଲ ଚିତ୍ତରଞ୍ଜନ ପ୍ରସାଦ ଲାଲୁ ଓ ଅନ୍ୟ ସମସ୍ତ ୧୫ଜଣ ଦୋଷୀଙ୍କୁ କମ୍ ଦଣ୍ଡ ଦିଆଯିବାକୁ ଅନୁରୋଧ କରିଥିଲେ।
ଶନିବାର ଭିଡିଓ କନଫେରେନସିଂ ରୁମରେ କେବଳ ଜଜ ଉପସ୍ଥିତ ଥିଲେ। ଲାଲୁଙ୍କ ଓକିଲ ଓ ସିବିଆଇ ଅଧିକାରୀ ମଧ୍ୟ ଭିଡିଓ କନଫେରେସିଂ ରୁମରେ ନଥିଲେ। ସେହିଭଳି ଗଣମାଧ୍ୟମକୁ ଭିସି ରୁମକୁ ଯିବାକୁ ଅନୁମତି ଦିଆଯାଇ ନଥିଲା। ଲାଲୁ ରାୟ ଶୁଣିବା ପାଇଁ କୋର୍ଟ ଯାଇ ନଥିଲେ ବରଂ ଜେଲର ଭିଡିଓ କନଫେରେସିଂ ରୁମରେ ଉପସ୍ଥିତ ହୋଇଥିଲେ।
ଲାଲୁ ପ୍ରସାଦ ସିବିଆଇ କୋର୍ଟରେ ଆବେଦନ କରି କମ୍ ଦଣ୍ଡ ଦିଆଯିବାକୁ ଦାବି କରିଥିଲେ। ଲାଲୁ ସମେତ ୧୧ ଜଣ ଅଭିଯୁକ୍ତଙ୍କୁ ସଜା ନେଇ ବିତର୍କ ଶେଷ ହୋଇଛି। ଏହି ମାମଲାରେ ୫ ଦୋଷୀଙ୍କୁ ସଜା ହେବାର ଅଛି।
Follow Us