ଗୋଖାଦ୍ୟ ଦୁର୍ନୀତି ମାମଲା: ସାଢ଼େ ୩ ବର୍ଷ ଜେଲରେ ରହିବେ ଲାଲୁ

ଜରିମାନା ଦେବେ ୫ଲକ୍ଷ ଟଙ୍କା

ଗୋଖାଦ୍ୟ ଦୁର୍ନୀତି ମାମଲା: ସାଢ଼େ ୩ ବର୍ଷ ଜେଲରେ ରହିବେ ଲାଲୁ

ପାଟନା: ଝାଡ଼ଖଣ୍ଡର ବହୁଚର୍ଚ୍ଚିତ ଗୋଖାଦ୍ୟ ଦେଓଘର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମେତ ୧୬ଜଣ ଦୋଷୀଙ୍କ ପାଇଁ ଶନିବାର ଦଣ୍ଡ ଶୁଣାଣି ହୋଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହୋଇଥିବା ଶୁଣାଣି ଅନୁସାରେ  ଲାଲୁ  ଓ ଅନ୍ୟ ଦୋଷୀ  ଗୋଖାଦ୍ୟ କ୍ରୟ ଦେଖାଇ ଦେଓଘର କୋଷାଗାରୁ ଜାଲ୍ ବିଲ୍ କରି ଲକ୍ଷ  ଲକ୍ଷ ଟଙ୍କା ଲୁଟି ନେଇଥିବା  ମାମଲାରେ ସାଢ଼େ ୩ ବର୍ଷ ଜେଲଦଣ୍ତ ପାଇଛନ୍ତି । ଏଥିସହ ଲାଲୁଙ୍କୁ ୫ଲକ୍ଷ ଟଙ୍କା ଜରିମାନା ହୋଇଥିବା ତାଙ୍କ ଓକିଲ କହିଛନ୍ତି। ଅନାଦେୟ ହେଲେ ସେ ଆହୁରି ୬ ମାସ ଅଧିକ ଜେଲରେ ରହିବାକୁ ପଡ଼ିବ।

publive-image

୮୯ ଲକ୍ଷ ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଳ ସିଂହଙ୍କ ଅଦାଲତରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୬ ଲୋକଙ୍କ ଦଣ୍ଡ ହେବାର ଥିଲା। ପୂର୍ବରୁ ଲାଲୁଙ୍କ ଓକିଲ ଚିତ୍ତରଞ୍ଜନ ପ୍ରସାଦ ଲାଲୁ ଓ ଅନ୍ୟ ସମସ୍ତ ୧୫ଜଣ ଦୋଷୀଙ୍କୁ କମ୍‌ ଦଣ୍ଡ ଦିଆଯିବାକୁ ଅନୁରୋଧ କରିଥିଲେ।

ଲାଲୁ ପ୍ରସାଦ ସିବିଆଇ କୋର୍ଟରେ ଆବେଦନ କରି କମ୍‌ ଦଣ୍ଡ ଦିଆଯିବାକୁ ଦାବି କରିଥିଲେ। ଲାଲୁ ସମେତ ୧୧ ଜଣ ଅଭିଯୁକ୍ତଙ୍କୁ ସଜା ନେଇ ବିତର୍କ ଶେଷ ହୋଇଛି। ଏହି ମାମଲାରେ ୫ ଦୋଷୀଙ୍କୁ ସଜା ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe