କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ପଦଯାତ୍ରା’ ବାତିଲ କରନ୍ତୁ: ରାହୁଲ୍‌ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପତ୍ର

କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ପଦଯାତ୍ରା’ ବାତିଲ କରନ୍ତୁ: ରାହୁଲ୍‌ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପତ୍ର

Image Courtesy of India Today

ନୂଆଦିଲ୍ଲୀ: କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି ଜଣାଇ ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ସାଂସଦ ରାହୁଲ୍‌ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କୁ ପତ୍ର ଲେଖିଛନ୍ତି।

ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବ୍ୟାପୁଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଆମ ଦେଶର ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଉକ୍ତ ପତ୍ର ଲେଖିଛନ୍ତି।

ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିବା ସହିତ କହିଛନ୍ତି ଯେ, କେବଳ ଟିକା ନେଇଥିବା ଲୋକେ ଯାତ୍ରାରେ ଭାଗ ନେବା ଉଚିତ। କୋଭିଡ୍‌ ନିୟମ ମାନନ୍ତୁ ନତୁବା ଯାତ୍ରା ବାତିଲ କରନ୍ତୁ।

publive-image Image Courtesy of NDTV

ପତ୍ରରେ ସେ ପୁଣି ଅନୁରୋଧ କରି ଲେଖିଛନ୍ତି, ଯାତ୍ରାରେ ଯଦି କୋଭିଡ୍‌ ନିୟମ ମାନିବା ସମ୍ଭବ ହେଉନାହିଁ, ତେବେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ‘ଭାରତ ଯୋଡ଼ୋ ଯାତ୍ରା’କୁ ବାତିଲ କରନ୍ତୁ।

ଉଲ୍ଲେଖଯୋଗ୍ୟ, ଚୀନ୍‌ରେ କୋଭିଡ୍‌ର ସଦ୍ୟ ଲହର୍‌ ଦେଖା ଦେବା କାରଣରୁ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ଚିଠି ଲେଖି ସେମାନଙ୍କୁ ସତର୍କ କରାଇ ଦେଇଛନ୍ତି। ସେହିପରି, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଜିଟିଭ୍‌ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ‘ଜିନୋସମ୍‌ ସିକ୍ବେନ୍‌ସ୍‌’ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe