ଭୋକିଲା ଥିବାରୁ ଆପଣଙ୍କ ଖାଦ୍ୟ ଖାଇଦେଲି, କ୍ଷମା କରିବେ ମୁଁ...; କିଛି ଏଭଳି ଲେଖି କୁକୁଡା ହାଡ ଡେଲିଭର କଲା ଡେଲିଭରୀ ବଏ

Advertisment
ଭୋକିଲା ଥିବାରୁ ଆପଣଙ୍କ ଖାଦ୍ୟ ଖାଇଦେଲି, କ୍ଷମା କରିବେ ମୁଁ...; କିଛି ଏଭଳି ଲେଖି କୁକୁଡା ହାଡ ଡେଲିଭର କଲା ଡେଲିଭରୀ ବଏ

ନୂଆଦିଲ୍ଲୀ: ଭୋକିଲା ଥିବାରୁ ଆପଣଙ୍କ ଖାଦ୍ୟ ଖାଇଦେଲି। ସେଥିପାଇଁ ମୁଁ ଦୁଃଖିତ। ଆପଣ ମୋ ଖାଇବା ପାଇଁ ଟଙ୍କା ଦେଇଛନ୍ତି ବୋଲି ଭାବି ନିଅନ୍ତୁ। ଆଉ ହୋଇପାରିବନି। ମୁଁ ଏ ଚାକିରି ଛାଡ଼ିଦେବି। ଖାଦ୍ୟ ପରିବର୍ତ୍ତେ ଏଭଳି ଲେଖାଥିବା ଚିଠି ଡେଲିଭର କଲା ଡେଲିଭରୀ ବଏ। ଜଣେ ଯୁବକ ଚିକେନ ଉଇଙ୍ଗସ ଅର୍ଡର କରିଥିଲେ। ‌ଯେତେବେଳେ ତାଙ୍କ ପାଖରେ ଚିକେନ ଉଇଙ୍ଗସର ବକ୍ସ ପହଞ୍ଚିଲା, ସେ ଖୁବ ଆନନ୍ଦିତ ହୋଇ ଖାଇବା ପାଇଁ ବକ୍ସକୁ ଖୋଲିଥିଲେ। ହେଲେ ଭିତରେ ଚିକେନ ଉଇଙ୍ଗସ ପରିବର୍ତ୍ତେ କେହି ଜଣେ ସବୁ ଖାଦ୍ୟ ଖାଇ କେବଳ କୁକୁଡ ହାଡ ରଖିଥିବା ଦେଖିଥିଲେ ଯୁବକ। ପରେ ବକ୍ସ ଭିତରେ ଥିବା ଚିଠିକୁ ପଢ଼ିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଏହାର ଏକ ଭିଡିଓ ପ୍ରସ୍ତୁତ କରି ଖାଦ୍ୟ ଅର୍ଡର କରିଥିବା ଯୁବକଜଣକ ସୋସିଆଲ ମିଡିଆରେ ଛାଡ଼ିଥିବା ବେଳେ ନିଜ ସହ ଘଟିଥିବା ସମ୍ପୂର୍ଣ୍ଣ ଘଟଣା ଜଣାଇଛନ୍ତି। ଏହି ଭିଡିଓକୁ ୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି। ଭିଡିଓରେ ଯୁବକଜଣକ କହିଛନ୍ତି‌ ଯେ, ସେ ନିଜ ପାଇଁ ଚିକେନ ଉଇଙ୍ଗସ, ପୋଟାଟୋ ଫ୍ରାଇଜ୍ ଏବଂ ଏକ କୋଲ୍ଡ ଡ୍ରିଙ୍କ ମଗାଇଥିଲେ। କିନ୍ତୁ ଖାଦ୍ୟ ଡେଲିଭର ହେଲା ବେଳକୁ ଭିତରେ କୁକୁଡା ହାଡ ସହ କୋଲ୍ଡ ଡ୍ରିଙ୍କ ଓ ଏକ ଚିଠି ଥିଲା।

delivery boy

ଚିଠିରେ ଲେଖାଥିଲା ଯେ, ଭୋକିଲା ଥିବାରୁ ଆପଣଙ୍କ ଖାଦ୍ୟ ଖାଇଦେଲି। ସେଥିପାଇଁ ମୁଁ ଦୁଃଖିତ। ଆପଣ ମୋ ଖାଇବା ପାଇଁ ଟଙ୍କା ଦେଇଛନ୍ତି ବୋଲି ଭାବି ନିଅନ୍ତୁ। ଆଉ ହୋଇପାରିବନି। ମୁଁ ଏ ଚାକିରି ଛାଡ଼ିଦେବି। ୟୋର ଡୋର ଡାସ୍ ଗାଏ। ଡେଲିଭରୀ ବଏଜଣଙ୍କ ଚିକେନ ଉଇଙ୍ଗ ଖାଇବା ସହ ପୋଟାଟୋ ଫ୍ରାଇଜ୍ ମଧ୍ୟ ଖାଇଦେଇଥିଲେ। ଭୋକରେ ଥିବାରୁ ସେ ଏଭଳି କରିଥିବା କହି କ୍ଷମା ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe