ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଖାଦ୍ୟ ଏବଂ ବିଶେଷ କଣ୍ଟେନର୍

Advertisment
ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଖାଦ୍ୟ ଏବଂ ବିଶେଷ କଣ୍ଟେନର୍

image source-Amarujala

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ଆଗାମୀ ୨୦୨୧ରେ ପ୍ରଥମ ଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିସନ୍ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଇସ୍ରୋ ଦେଶରୁ ୪ ଜଣ ବ୍ୟକ୍ତିଙ୍କୁ ମନୋନୀତ କରିଛି। ଏହି ୪ ଜଣ ମିସନ ଜରିଆରେ ଚନ୍ଦ୍ରପୃଷ୍ଠକୁ ଯିବେ। ଅନ୍ତରୀକ୍ଷ ଯାତ୍ରୀ ଚଳିତ ମାସର ତୃତୀୟ ସପ୍ତାହରେ ଏକ ବିଶେଷ ପ୍ରଶିକ୍ଷଣ ପାଇଁ ଋଷ ଗସ୍ତ କରିବେ ବୋଲି ଜଣାଯାଇଛି। ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ବିଶେଷ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଛି।

ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ପାଇଁ ଏକ ମେନୁ ପ୍ରସ୍ତୁତ କରାଯାଇଛି। ଏଥିରେ ଏଗ୍ ରୋଲ୍, ଭେଜ୍ ରୋଲ୍, ଇଡଲି, ମୁଗ ଡାଲି ହାଲୱା, ଭେଜ୍ ପଲାଉ ଆଦି ରହିଛି। ଏହାକୁ ମହୀଶୂରର ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ଗରମ କରିବାକୁ ଫୁଡ୍ ହିଟର ମଧ୍ୟ ଦିଆଯାଇଛି।


ଏତଦ୍ ବ୍ୟତୀତ ଅନ୍ତରୀକ୍ଷ ଯାତ୍ରୀଙ୍କ ପିଇବା ପାଇଁ ପାଣି ଓ ଜୁସ୍ ର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନ୍ତରୀକ୍ଷରେ ଗଗନୟାନ ଅଭିଯାନ ପାଇଁ ଏକ ବିଶେଷ କଣ୍ଟେନର୍ ବି ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ଖାଦ୍ୟ ଏହି କଣ୍ଟେନରରେ ନିଆଯିବ। ଏହି ଖାଦ୍ୟ ଏକ ବର୍ଷ ଯାଏଁ ସୁରକ୍ଷିତ ରହିବା ଭଳି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

publive-image Image Source: Hindustan Times

ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କେ. ଶିଭନ କିଛି ଦିନ ତଳେ କହିଥିଲେ କି ଏହି ମିସନକୁ କେନ୍ଦ୍ର ମଞ୍ଜୁରୀ ଦେବା ପରେ ବୈଜ୍ଞାନିକମାନେ ଏହି ବିଶାଳ ପ୍ରକଳ୍ପ ଉପରେ କାମ କରିବା ଆରମ୍ଭ କରିଦେଲେଣି। ଏଥିପାଇଁ ୨୫୦କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିବା ନେଇ ଶିଭନ୍ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe