ନେହେରୁ ଓ ବାଜପେୟୀଙ୍କ ବୋକାମି ଯୋଗୁଁ ଭାରତୀୟମାନେ ସ୍ବୀକାର କଲେ ତିବ୍ବତ ଓ ତାଇୱାନ୍‌ ଚୀନ୍‌ର: ସୁବ୍ରମଣିୟାନ୍‌ ସ୍ବାମୀ

Advertisment
ନେହେରୁ ଓ ବାଜପେୟୀଙ୍କ ବୋକାମି ଯୋଗୁଁ ଭାରତୀୟମାନେ ସ୍ବୀକାର କଲେ ତିବ୍ବତ ଓ ତାଇୱାନ୍‌ ଚୀନ୍‌ର: ସୁବ୍ରମଣିୟାନ୍‌ ସ୍ବାମୀ

Image Courtesy of India Today

ନୂଆଦିଲ୍ଲୀ: ତିବ୍ବତ ଓ ତାଇୱାନ୍‌ ଚୀନ୍‌ର ଅଂଶବିଶେଷ ବୋଲି ଜବାହର୍‌ଲାଲ୍‌ ନେହେରୁ ଓ ଅଟଳବିହାରୀ ବାଜପେୟୀଙ୍କ ବୋକାମି ଯୋଗୁଁ ଭାରତୀୟମାନେ ସ୍ବୀକାର କରିଥିବା କଥା ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ନେତା ସୁବ୍ରମଣିୟାନ୍‌ ସ୍ବାମୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରସ୍ପରିକ ସହମତିରେ ଚିହ୍ନିତ ‘ବାସ୍ତବ ନିୟନ୍ତ୍ରଣ ରେଖା’କୁ (ଏଲ୍‌ଏସି) ମଧ୍ୟ ଚୀନ୍‌ ବେଖାତିର କରି ଲଦାଖର କିଛି ଅଞ୍ଚଳ ମାଡ଼ିବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, ଚୀନ୍‌ ଲଦାଖର କିଛି ଅଞ୍ଚଳ ଦଖଲ କରିଥିବା ବେଳେ ‘କେହି ଆସି ନାହାନ୍ତି’ କହି ମୋଦୀ ଢୋଳାଇ ପଡ଼ିଲେ।

ଟୁଇଟ୍‌ କରି ସୁବ୍ରମଣିୟାନ୍‌ ସ୍ବାମୀ ଲେଖିଛନ୍ତି: ନେହେରୁ ଏବଂ ବାଜପେୟୀଙ୍କ ନିର୍ବୋଧତା ଯୋଗୁଁ ତିବ୍ବତ ଏବଂ ତାଇୱାନ୍‌ ଚୀନ୍‌ର ଅଂଶବିଶେଷ ବୋଲି ଆମେ ଭାରତୀୟମାନେ ସ୍ବୀକାର କଲେ। କିନ୍ତୁ, ଏବେ ଚୀନ୍‌ ପାରସ୍ପରିକ ସହମତିରେ ଚିହ୍ନଟ ହୋଇଥିବା ବାସ୍ତବ ନିୟନ୍ତ୍ରଣ ରେଖାକୁ ମଧ୍ୟ ବେଖାତିର କରିବା ସହ ଲଦାଖର କିଛି ଅଞ୍ଚଳ ଦଖଲ କରି ନେଇଥିବା ବେଳେ ‘କେହି ଆସିନାହାନ୍ତି’ କହି ମୋଦୀ ଢୋଳାଇ ପଡ଼ିଲେ। ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆମର ଜନମତ ଅଛି ବୋଲି ଚୀନ୍‌ ଜାଣିବା ଉଚିତ।

ସୂଚନାଯୋଗ୍ୟ, ଚୀନ୍‌ର ବାରମ୍ବାର ସତର୍କତା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ତାଇୱାନ୍‌ ଗସ୍ତ କରିଥିବା ବେଳେ ସ୍ବାମୀ ଉପରୋକ୍ତ ବିବୃତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe