୭୦ ବର୍ଷ ହେଲା ପାକିସ୍ତାନର ଗରିମା ପାଲଟିଛି ଆତଙ୍କବାଦ

Advertisment
୭୦ ବର୍ଷ ହେଲା ପାକିସ୍ତାନର ଗରିମା ପାଲଟିଛି ଆତଙ୍କବାଦ

Outlook India

ଜାତିସଂଘ: ଜାତିସଂଘର ୭୫ତମ ସାଧାରଣ ଅଧିବେଶନରେ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗ ଉଠାଇବାର କେଇ ଘଣ୍ଟା ପରେ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ମିଜିତୋ ବିନିତୋ ଦୃଢ଼ ଜବାବ ରଖିଛନ୍ତି। ଏହି ଆଭାସୀ ଅଧିବେଶନରେ ଇମ୍ରାନ ଖାଁଙ୍କ ପୂର୍ବରୁ ରେକର୍ଡ ହୋଇଥିବା ବକ୍ତବ୍ୟ ବାଜୁଥିବା ବେଳେ ଉଠି ବାହାରକୁ ଚାଲି ଯାଇଥିବା ମିଜିତୋ ଇମ୍ରାନ୍‌ଙ୍କୁ କଡ଼ା ସମାଲୋଚନା କରି କହିଥିଲେ, ଏହି ଗୃହ ଏମିତି ଜଣଙ୍କର ନିରନ୍ତର ବାଗାଡ଼ମ୍ବର ଶୁଣିବାକୁ ପାଇଛି ଯାହାଙ୍କର ପ୍ରଦର୍ଶନ କରିବା ପାଇଁ ପାଖରେ ଆଉ କିଛି ନାହିଁ। ବିଶ୍ବ ଗ୍ରହଣ କରିବା ଲାଗି ତାଙ୍କ ପାଖରେ କିଛି ତର୍କସଂଗତ ପରାମର୍ଶ ନାହିଁ କି କହିବା ପାଇଁ କିଛି ଉପଲବ୍‌ଧି ବି ନାହିଁ। କେବଳ କିଛି ମିଥ୍ୟା, ଭ୍ରମାତ୍ମକ ସୂଚନା, ଯୁଦ୍ଧ ପାଇଁ ଉସୁକାଇବା ଏବଂ ଦ୍ବେଷଭାବ ପସାରିତ କରିବା ଛଡ଼ା ସେ କିଛି ଜାଣନ୍ତି ନାହିଁ।

ଏ ହେଉଛନ୍ତି ସେହି ନେତା ଯିଏ ଗତ ଜୁଲାଇରେ ପାକିସ୍ତାନ ସଂସଦରେ ପ୍ରଖ୍ୟାତ ଆକଙ୍କବାଦୀ ଓସାମା ବିନ୍‌ ଲାଡେନ୍‌କୁ 'ସହିଦ'ର ମାନ୍ୟତା ଦେଇଥିଲେ। ଅପରପକ୍ଷେ, ସେହି ଦେଶ ବିଗତ ୭୦ ବର୍ଷ ହେଲା ବିଶ୍ବକୁ ଆତଙ୍କବାଦ, ସଂଖ୍ୟାଲଘୁ ବିଲୋପନ, ପ୍ରମୁଖ କଠୋରବାଦ ଏବଂ ଗୁପ୍ତ ଆଣବିକ ଅସ୍ତ୍ର କାରବାରକୁ ନିଜର ମୁକୁଟ ମହିମା ଭାବରେ ପ୍ରଦର୍ଶନ କରି ଆସିଛି। ସେହିପରି କାଶ୍ମୀର ପ୍ରସଙ୍ଗରେ ମିଜିତୋ କହିଥିଲେ, ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଭାରତର ଅଭିନ୍ନ ତଥା ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଲାଗୁ କରାଯାଇଥିବା ନୀତି ନିୟମ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା। ତେବେ ଅନୈତିକ ଭାବେ ପାକିସ୍ତାନ ଅଧିକାର ରଖିଥିବା କାଶ୍ମୀରର କିଛି ଅଂଶରେ ହିଁ ଏକମାତ୍ର ବିବାଦ ଲାଗି ରହିଛି। ତେଣୁ ସେହି ସବୁ ସ୍ଥାନରୁ ଏପରି ଜବରଦଖଲରୁ ହଟିଯିବାକୁ ପାକିସ୍ତାନକୁ ବାରମ୍ବାର ପରାମର୍ଶ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe