ସାବରିମାଳା ମାମଲାରେ ଅଯୋଧ୍ୟା ଶୁଣାଣିକୁ ଅନୁସରଣ କରିବାକୁ କହିଲେ ବୃହତ୍ତର ଖଣ୍ଡପୀଠ

ସାବରିମାଳା ମାମଲାରେ ଅଯୋଧ୍ୟା ଶୁଣାଣିକୁ ଅନୁସରଣ କରିବାକୁ କହିଲେ ବୃହତ୍ତର ଖଣ୍ଡପୀଠ

Image Source: Hindustan Times

ନୂଆଦିଲ୍ଲୀ: ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ବିଚାରପତି ଆର୍‌ ବାନୁମତୀ, ଅଶୋକ ଭୂଷଣ, ଏଲ୍‌ ନାଗେଶ୍ୱର ରାଓ, ମୋହନ ଏମ୍‌ ଶାନ୍ତାଗୌଦର, ଅବ୍ଦୁଲ୍‌ ମାଜୀର, ସୁଧାଶ ରେଡ୍ଡୀ, ବିଆର୍‌ ଗଓ୍ଵାଇ ଏବଂ ସୂର୍ଯ୍ୟକାନ୍ତ ଏହି ଆଦେଶ ଦେଇଛନ୍ତି।

ଅଦାଲତଙ୍କ ଆଦେଶ ଅନୁସାରେ ଜାନୁଆରି ୧୭ ତାରିଖ ଦିନ ଓକିଲମାନେ ଏକତ୍ର ହେବେ।

ଶୁଣାଣି ଲାଗି ସୋମବାର ଦିନ ଖଣ୍ଡପୀଠ ସମ୍ମିଳିତ ହେବା ମାତ୍ରେ ଭାରତର ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ କହିଲେ: ଆମେ ରିଭିଉ ପିଟିସନ୍‌ଗୁଡ଼ିକର ଶୁଣାଣି କରୁନାହୁଁ। ପାଞ୍ଚଜଣିଆ ଖଣ୍ଡପୀଠ ଯେଉଁ ସାତଟି ପ୍ରଶ୍ନ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିଥିଲେ ଆମେ କେବଳ ସେଗୁଡ଼ିକର ଶୁଣାଣି କରୁଛୁ।

publive-image Image source-- newsclick

କେରଳର ସାବରିମାଲା ମନ୍ଦିର ମଧ୍ୟକୁ ସବୁ ବୟସ ବର୍ଗର ମହିଳାମାନଙ୍କୁ ପ୍ରବେଶ କରିବାକୁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ୫୦ରୁ ଅଧିକ ରିଭିଉ ପିଟିସନ୍‌ ଦାଖଲ କରାଯାଇଛି।

ପ୍ରଧାନ ବିଚାରପତି କହିଲେ: ମସ୍‌ଜିଦ୍‌ ମଧ୍ୟକୁ ମୁସଲମାନ ମହିଳାଙ୍କ ପ୍ରବେଶ, ଦାଉଦି ବୋରା ସମ୍ପ୍ରଦାୟର ନାରୀ ଗୁପ୍ତାଙ୍ଗ ଛେଦନ, ଅଗିଆରି ସ୍ଥଳକୁ ପାର୍ସୀ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ପିଟିସନ୍‌ ସହ ସବୁ ପିଟିସନ୍‌ଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ଚିନ୍ତା କରୁଛନ୍ତି।

ଏହି ମାମଲାରେ ଥିବା ସମସ୍ୟାଗୁଡ଼ିକୁ ଶୃଙ୍ଖଳିତ କରାଯିବା ପରେ ଖଣ୍ଡପୀଠ ଏହାର ଶୁଣାଣି କରିବେ।

କେଉଁ କେଉଁ ସମସ୍ୟା ଉପରେ ଯୁକ୍ତି ବାଢ଼ିବେ ଓକିଲମାନେ ନିଜ ନିଜ ମଧ୍ୟରେ ସେସବୁ ଆଲୋଚନା କରନ୍ତୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିପାଇଁ ସେ ଓକିଲମାନଙ୍କୁ ଅଯୋଧ୍ୟା ମାମଲାର ଦୃଷ୍ଟାନ୍ତ ଦେଇଥିଲେ। ସେ କହିଲେ କି, ଅଯୋଧ୍ୟା ମାମଲାରେ ବରିଷ୍ଠ ଆଡ୍‌ଭୋକେଟ୍‌ ରାଜୀବ ଧାଓ୍ଵନ ଏବଂ ବୈଦ୍ୟନାଥନ ଯେଉଁ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଆମେ ସେ ସବୁକୁ ଅନୁସରଣ କରିବା ଉଚିତ।

publive-image Image Source: The Economic Times

ସାବରିମାଲା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ସମେତ ଅନ୍ୟାନ୍ୟ ଧାର୍ମିକ ମାମଲାଗୁଡ଼ିକର ପୁନଃ-ପରୀକ୍ଷଣ କରିବାକୁ ବୃହତ୍ତର ଖଣ୍ଡପୀଠଙ୍କୁ ଗତବର୍ଷ ନଭେମ୍ବର ମାସରେ ସର୍ବୋଚ୍ଚ ଅଦାଲତ କହିଥିଲେ।

ରିଭିଉ ପିଟିସନ୍‌ଗୁଡ଼ିକ ଉପରେ ପାଞ୍ଚ ବିଚାରପତିବିଶିଷ୍ଟ ଖଣ୍ଡପୀଠଙ୍କ ମଧ୍ୟରୁ ୩ ଜଣ ବିଚାରପତିଙ୍କ ମତ ଗୋଟିଏ ପ୍ରକାରର ଥିବା ବେଳେ ଅନ୍ୟ ୨ ଜଣଙ୍କର ମତ ଏହାର ବିରୁଦ୍ଧାଚରଣ କରିଥିଲା। ତେଣୁ ସେମାନେ ଏକ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠରେ ଏ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଆଦେଶ ଦେଇଥିଲେ। ବୃହତ୍ତର ଖଣ୍ଡପୀଠ ନିମନ୍ତେ ସେମାନେ ୭ଟି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe