ଦେଢ଼ ବର୍ଷ ହେଲା ସରକାର ବିଚାରପତି ପାଇଁ ନାମ ସୁପାରିସ କରୁନାହାନ୍ତି: ସୁପ୍ରିମକୋର୍ଟ

ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟ ସମ୍ପ୍ରତି ୪୦ ପ୍ରତିଶତ ବିଚାରପତିଙ୍କ ବିନା କାର୍ଯ୍ୟ କରୁଥିବା ବେଳେ ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଖାଲି ପଡ଼ିଥିବା ଏହି ପଦବିଗୁଡ଼ିକୁ ପୂରଣ କରିବା ଲାଗି ବିଭିନ୍ନ ହାଇକୋର୍ଟ ଉପଯୁକ୍ତ ନାମର ତାଲିକା ପଠାଇଥିବା ବେଳେ ତାହାକୁ କେନ୍ଦ୍ର ସରକାର ଦୀର୍ଘ ଦେଢ଼ ବର୍ଷ ହେଲା ମାଡ଼ି ବସି ଚୂଡ଼ାନ୍ତ ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟର କଲେଜିଅମ୍‌କୁ ସୁପାରିସ କରିନାହାନ୍ତି ବୋଲି ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଛନ୍ତି। ଦେଶର ମୋଟ ୨୫ଟି ହାଇକୋର୍ଟ ପାଇଁ ୧,୦୮୦ଟି ସ୍ବୀକୃତିପ୍ରାପ୍ତ ବିଚାରପତି ପଦବି ରହିଥିବା ବେଳେ ସେଥିରୁ ଅଦ୍ୟାବଧି ୪୧୭(୩୯%) ପଦବି ଖାଲି ପଡ଼ିଛି।

ତେବେ ସେସବୁ ପୂରଣ ପାଇଁ ବିଭିନ୍ନ ହାଇକୋର୍ଟ ପକ୍ଷରୁ ୧୦୩ଟି ନାମ ମନୋନୀତ କରାଯାଇଥିବା ବେଳେ ସରକାର ସେଗୁଡ଼ିକୁ କଲେଜିଅମ୍‌କୁ ପଠାଇନାହାନ୍ତି। ଫଳରେ ହାଇକୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ସଂଖ୍ୟା ବଢ଼ିବଢ଼ି ଚାଲିଛି। ସରକାର ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମନୋନୀତ ନାମଗୁଡ଼ିକୁ ସୁପ୍ରିମକୋର୍ଟର କଲେଜିଅମ୍‌କୁ ନ ପଠାନ୍ତି ତେବେ ବିଚାରପତି ପଦବି ଏପରି ଖାଲି ପଡ଼ିବା ସହ ମାମଲାଗୁଡ଼ିକର ଶୁଣାଣିରେ ସମସ୍ୟା ବଢ଼ି ଚାଲିଥିବ ବୋଲି ଖଣ୍ଡପୀଠ ଚିନ୍ତାପ୍ରକଟ କରିଛନ୍ତି। ସରକାର ଅଭ୍ୟାସଗତ ଭାବେ ମନୋନୀତ ତାଲିକାକୁ ମାଡ଼ି ବସି ରହିଥିବାରୁ ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି। ମନୋନୀତ ତାଲିକାକୁ ନିର୍ଦ୍ଦିଷ୍ଟ ସମୟ ଭିତରେ କଲେଜିଅମ୍‌କୁ ସୁପାରିସ କରିବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ପରାମର୍ଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe