କଂଗ୍ରେସ ପଦଯାତ୍ରାରେ ଯାଉଥିବା ରାହୁଲ୍‌ଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର କଣ୍ଟେନର୍‌

Advertisment
କଂଗ୍ରେସ ପଦଯାତ୍ରାରେ ଯାଉଥିବା ରାହୁଲ୍‌ଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର କଣ୍ଟେନର୍‌

Image Courtesy of NDTV

ନୂଆଦିଲ୍ଲୀ: କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିବା ପ୍ରାୟ ୨୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦଳର ବରି‌ଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଗୋଟାଏ ବିଶେଷଧରଣର ଶୀତତାପ ନିୟନ୍ତ୍ରିତ ‘କଣ୍ଟେନର୍‌’ରେ ରାତ୍ରୀଯାପନ କରୁଛନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ ୨୩୦ଜଣ ନେତାଙ୍କ ପାଇଁ ଟ୍ରକ୍‌ରେ ଲଦା ହୋଇ ୬୦ଟି ‘କଣ୍ଟେନର୍‌’ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଛି। ଦଳର ବରିଷ୍ଠ ନେତାମାନେ ୨ ଶଯ୍ୟାବିଶିଷ୍ଟ ‘କଣ୍ଟେନର୍‌’ରେ ରାତ୍ରଯାପନ କରୁଥିବା ବେଳେ ଅନ୍ୟ ଯାତ୍ରୀମାନେ ୬ଟିକିଆ ଅଥବା ୧୨ଟିକିଆ ଶଯ୍ୟା ଥିବା ‘କଣ୍ଟେନର୍‌’ରେ ରହୁଛନ୍ତି। ଅଧିକାଂଶ ‘କଣ୍ଟେନର୍‌’ରେ ଏ.ସି. ନ ଥିଲେ ବି ସଂଲଗ୍ନ ଶୌଚାଳୟ ରହିଛି।

publive-image Image Courtesy of NDTV

ଦଳର ନେତା ଜୟରାମ ରମେଶ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପ୍ରାୟ ୨ ଏକର ସ୍ଥାନ ପରିମିତ ଅସ୍ଥାୟୀ ଶିବିରସ୍ଥଳରେ ପ୍ରତି ରାତିରେ ଉକ୍ତ ‌କଣ୍ଟେନର୍‌ଗୁଡ଼ିକୁ ରଖାଯାଉଛି। କିନ୍ତୁ, ଏଥିରେ ଖାଦ୍ୟ ଖାଇବା ଓ ବୈଠକ କରିବା ପାଇଁ ସୁବିଧା ନାହିଁ। ତା’ ଭିତରେ ଟେଲିଭିଜନ୍ ନାହିଁ କିନ୍ତୁ, ପଙ୍ଖା ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, କେତେକ ଅତିଥି ଯାତ୍ରୀଙ୍କ ସହିତ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ୩,୫୭୦ କିଲୋମିଟର୍ ଦୂର ପଥ ଯାତ୍ରା କରୁଥିବା ରାହୁଲ୍‌ ଗାନ୍ଧୀଙ୍କ ସମେତ ୧୧୯ଜଣ ‘ଭାରତ ଯାତ୍ରୀ’ ଉକ୍ତ ‘କଣ୍ଟେନର୍‌’ଗୁଡ଼ିକରେ ରହିବେ। ଗୋଟିଏ ଘରୋଇ କମ୍ପାନିର ଏହି ‘କଣ୍ଟେନର୍‌’ ସବୁ ଟାଟା ଟ୍ରକ୍‌ରେ ମୁମ୍ବାଇରୁ ଅଣାଯାଇଛି।

ସେ କହିଛନ୍ତି, ଗତକାଲିଠାରୁ ଆମେ ଉକ୍ତ କଣ୍ଟେନର୍‌ରେ ରହୁଛୁ। ୨୩୦ଜଣ ବ୍ୟକ୍ତି ରିହବା ପରି ୬୦ଟି ‘କଣ୍ଟେନର୍‌’ ରହିଛି। ଟ୍ରକ୍‌ରେ ଲଦା ହୋଇ ପ୍ରତିଦିନ ଉକ୍ତ ‘କଣ୍ଟେନର୍‌’ ସବୁକୁ ନୂଆ ସ୍ଥାନକୁ ନିଆଯିବ। କେତେକ ‘କଣ୍ଟେନର୍‌’ ୧ ଶଯ୍ୟାବିଶିଷ୍ଟ, କେତେକ ୨ ଶଯ୍ୟାବିଶିଷ୍ଟ, କେତେକ ୪ ଶଯ୍ୟାବିଶିଷ୍ଟ ଓ ଆହୁରି କେତେକ ୧୨ ଶଯ୍ୟାବିଶିଷ୍ଟ ଅଟେ।

publive-image Image Courtesy of India Today

ବୁଧବାର ରାତିରୁ ରାହୁଲ୍‌ ଗାନ୍ଧୀ ମଧ୍ୟ ‘କଣ୍ଟେନର୍‌’ରେ ରହୁଛନ୍ତି। ଗୁରୁବାର ଦିନ ପ୍ରଥମ ଯାତ୍ରା ଦିବସରେ ଏକା ଯାତ୍ରୀମାନେ ନିରବଚ୍ଛିନ୍ନ ଭାବେ ୨୩ କିଲୋମିଟର୍‌ ଯାତ୍ରା କରିଥିଲେ।

ଏହି ‘କଣ୍ଟେନର୍‌’ ସବୁ ରେଲ୍‌ୱେ ସ୍ଲିପର୍‌ କମ୍ପାର୍ଟମେଣ୍ଟ୍‌ ଭଳି ବୋଲି ଦଳର ନେତା ତଥା ‘ଭାରତ ଯୋଡ଼ୋ ଯାତ୍ରା’ର ଆୟୋଜକ କମିଟିର ମୁଖ୍ୟ ଦିଗ୍‌ବିଜୟ ସିଂହ କହିଛନ୍ତି। ଏହି ଯାତ୍ରା ସମୟରେ ରାହୁଲ୍‌ ଗାନ୍ଧୀ ବିଭିନ୍ନ ସ୍ଥାନରେ ୫/୧୦ଟି ଲେଖାଏଁ ଚାରା ଲଗାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe