Image Courtesy of Amar Ujala
ଭୋପାଳ: ମଧ୍ୟପ୍ରଦେଶର ରାସ୍ତା କଡ଼ରେ ଜଣେ ଦୋକାନୀ ମକା ଗୋଟିକୁ ୧୫ ଟଙ୍କାରେ ବିକୁଥିବା ଜାଣିବା ପରେ ‘ଖୁବ୍ ମହଙ୍ଗା’ କହିଥିବା ଜଣେ କେନ୍ଦ୍ରମନ୍ତ୍ରୀ ବିରୋଧୀ ନେତାମାନଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି।
ନିଜେ ଟୁଇଟ୍ କରିଥିବା ଉକ୍ତ ଭିଡିଓରେ ଫଗନ୍ ସିଂହ କୁଲସ୍ତେ ରାସ୍ତା କଡ଼ ବିକ୍ରେତାଙ୍କଠାରୁ କିଣିଥିବା ୩ଟି ମକା ପାଇଁ ୪୫ଟଙ୍କା ଦେବାକୁ କୁଣ୍ଠାବୋଧ କରି ମୂଲଚାଲ କରୁଥିବା ଦେଖାଯାଉଛି।
ମକାରେ କ’ଣ କ’ଣ ପକାଇ କିଭଳି ପ୍ରସ୍ତୁତି କରାଯିବା ସେ ବାବଦରେ କେନ୍ଦ୍ରମନ୍ତ୍ରୀ ଦୋକାନୀକୁ ନିର୍ଦେଶ ଦେଉଥିବା କଥା ଉକ୍ତ ଭିଡିଓର ପ୍ରଥମ ଭାଗରେ ଦେଖାଯାଉଛି। ଶେଷକୁ ଯେତେବେଳେ ଦୋକାନୀ ମକା ୩ଟିର ଦାମ ୪୫ ଟଙ୍କା କହିଛି, ମନ୍ତ୍ରୀ ଆଚମ୍ବିତ ହୋଇଯାଇଛନ୍ତି।
ଇସ୍ପାତ ମନ୍ତ୍ରାଳୟରେ ସମ୍ପ୍ରତି ରାଷ୍ଟ୍ରମନ୍ତ୍ରୀ ଥିବା କୁଲସ୍ତେ ଉକ୍ତ ଭିଡିଓରେ କହୁଛନ୍ତି, ୪୫ ଟଙ୍କା? ଖୁବ୍ ମହଙ୍ଗା। ମନ୍ତ୍ରୀଙ୍କ କଥା ଶୁଣି ସ୍ମିତ ହସି ମକା ବିକାଳି ପ୍ରତ୍ୟୁତ୍ତର ଦେଉଛନ୍ତି, ଏଇଟା ସାଧାରଣ ମୂଲ୍ୟ। ଆପଣ କାର୍ରେ ଯାଉଛନ୍ତି ବୋଲି ଅଧିକ ଦାମ୍ କହିନାହିଁ।
Image Courtesy of Times of Indiaଏହାପରେ କୁଲସ୍ତେ କହୁଛନ୍ତି, ଏଠାରେ ମାଗଣାରେ ମକା ମିଳୁଛି। ସେ ଯାହାହେଉ ଶେଷକ ସେ ମକା ବିକାଳିକୁ ଟଙ୍କା ଦେଲେ।
ଏ ସଂକ୍ରାନ୍ତରେ ଟୁଇଟ୍ କରି ଗୁରୁବାର ଦିନ କୁଲସ୍ତେ ଲେଖିଛନ୍ତି: ଆଜି ସେଓନିରୁ ମାଣ୍ଡଲା ଯାଉଥିଲି। ସ୍ଥାନୀୟ ଅଞ୍ଚଳର ମକା ଖାଇଲି। ସ୍ଥାନୀୟ କୃଷକ ଏବଂ ଦୋକାନୀମାନଙ୍କଠାରୁ ଆମେ ସମସ୍ତେ ଖାଦ୍ୟ ସାମଗ୍ରୀ ଖରିଦ କରିବା ଆବଶ୍ୟକ। ଏହା ସମୋନଙ୍କର କର୍ମସଂସ୍ଥାନକୁ ନିରାପଦ ରଖିବ ଏବଂ ଆମେ ମଧ୍ୟ ଅପମିଶ୍ରଣରହିତ ଖାଦ୍ୟ ମିଳିବ।
କିନ୍ତୁ, ଜଣେ ରାସ୍ତକଡ଼ ଦୋକାନୀଙ୍କ ସହ ମୂଲଚାଲ କରିବା କଥାକୁ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ମଧ୍ୟପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ କେ.କେ. ମିଶ୍ର ଟୁଇଟ୍ କରି ଲେଖିଛନ୍ତି, ସେ କ’ଣ ଏଡ଼େ ଗରିବ ଯେ, ମକା ଗୋଟିକ ୧୫ ଟଙ୍କା ତାଙ୍କ ପାଇଁ ଖୁବ୍ ମହଙ୍ଗା ହୋଇଗଲା। ସାଧାରଣ ନାଗରିକଙ୍କ ଅବସ୍ଥା ଚିନ୍ତା କରନ୍ତୁ।
Follow Us