ଭାରତ ପାଇଁ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ୁଛି

Advertisment
ଭାରତ ପାଇଁ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ୁଛି

cdc

ନୂଆଦିଲ୍ଲୀ : ଭାରତରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଦକ୍ଷିଣ ପୂର୍ବ ଏସିଆରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କହିଛନ୍ତି। ଭାରତର ସଂକ୍ରମଣ ପାଇଁ ଗତ ଗୋଟିଏ ସପ୍ତାହରେ ଦକ୍ଷିଣ ପୂର୍ବ ଏସିଆ ସଂକ୍ରମଣରେ ୧୫୦ ପ୍ରତିଶତ ବୃଦ୍ଧି ହୋଇଛି। ‘ହୁ’ ତଥ୍ୟ ଅନୁଯାୟୀ ଜାନୁଆରି ୨୩ରେ ଶେଷ ହେଉଥିବା ସପ୍ତାହରେ ଭାରତରେ ୧୫,୯୪,୧୬୦ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଏହାର ପୂର୍ବ ସପ୍ତାହରେ ଭାରତରେ ସଂକ୍ରମଣ ମାମଲା ୬,୩୮,୮୭୨ ଥିଲା। ଭାରତରେ ଆଜି ୩,୦୬,୦୬୪ ନୂ୍ଆ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ୮.୨ ପ୍ରତିଶତ ସଂକ୍ରମଣ କମ୍‌ ରହିଛି। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ମରକୋରୁ ସର୍ବାଧିକ ୩୧,୭୦୧ ନୂଆ ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହରେ ଏଠାରେ ସଂକ୍ରମଣ ମାମଲା ୪,୬୧୦ ଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶରେ ଏବେ ୧୭୧ ରାଷ୍ଟ୍ରରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି। ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୫୨,୩୨୩,୯୧୦। ଅନ୍ୟପକ୍ଷେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୫,୬୧୫,୨୧୦। ଆମେରିକାରେ ସର୍ବାଧିକ ୭୧,୯୨୫,୯୩୧ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe